ପୁରୀ (ଅନିମେଶ ପଟ୍ଟନାୟକ ): ଧର୍ମ ଓ ପୂଣ୍ୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ମାଟିରେ ପାଦ ଥାପିଥିବା ଅସହାୟ , ଦିବ୍ଯାଙ୍ଗ, ନିରୀହ, ଗରିବ ଲୋକଙ୍କୁ ଖରା, ବର୍ଷା, ଶୀତରେ ସବୁବେଳେ ସବୁ ସମୟରେ ପାଖରେ ଠିଆ ହୋଇ ସେମାନଙ୍କ ଦୁଃଖ ସୁଖରେ ସହଯୋଗ କରିବା ସହ ମୁହଁରେ ହସ ଫୁଟାଉଥବା ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଗ୍ରଣୀ ଅନୁଷ୍ଠାନ ” ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଇ କାର୍ଯ୍ୟ କ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପିର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୁରୀ ସଦର ଉପ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ କୁମାର ପ୍ରଧାନ, ଜି ଆର୍ ପି ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ବାହିନୀପତି ,ଯୁବ ସମାଜସେବୀ ଡ ଷ୍ଟାଲିନ୍ କୁମାର ପରିଜା ,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଭଗବାନ ସୁଆର,ବରିଷ୍ଠ ସମାଜ ସେବୀ ତଥା ଶିଳ୍ପପତି ରାଜକିଶୋର ପାତ୍ର ସମେତ ଅନୁଷ୍ଠାନର ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି ଏବଂ ସମ୍ପାଦିକା ତଥା ପ୍ରତିଷ୍ଠାତା ସୁଶ୍ରୀ ନୀହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଇ ଅବସରରେ ପୁରୀ ସହରର ପାଖାପାଖି ଚାଳିଶ ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନ ଓ ସ୍ବେଛାସେବୀ ସଂଗଠନ ତଥା ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗୀରରୁ ଆସିଥିବା ସମ୍ବଲପୁରୀ ନୃତ୍ୟ ସହିତ ପୁରୀ ର ଯୋଗ କଳାକାର ଏବଂ ନାଚଘର ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶ୍ରୀଜଗନ୍ନାଥ ବେଦାନ୍ତ ସାଂସ୍କୃତିକ କେନ୍ଦ୍ର ତରଫରୁ କୁନି କୁନି ପିଲାମାନ ଙ୍କର ଦ୍ଵାରା ଯୋଗ ପରିବେଷଣ ଦେଖି ଭାବବିହ୍ବଳ ଓ ଆନନ୍ଦିତ ହୋଇଥିଲେ ଦର୍ଶକ । ଉର୍ଜାବାନ ଓଡ଼ିଶା ଟ୍ରଷ୍ଟର ବହୁମୁଖି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସିତ କରିବା ସହ ଗୌରବାନ୍ୱିତ ମନେ କରିଥିଲେ । ଚଳିତବର୍ଷ ରଥଯାତ୍ରା ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରାଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବେଶ ଚର୍ଚ୍ଚିତ ହୋଇଥିଲା । ବର୍ଷ ତମାମ ଖରା ବର୍ଷା ଓ ଶୀତରେ ଲୋକଙ୍କ ସେବାରେ ଜଳ ବଣ୍ଟନ, ଟଙ୍କ ତୋରାଣି , ଖାଦ୍ୟ ବଣ୍ଟନ, ପ୍ରସାଦ ବଣ୍ଟନ, ବୃକ୍ଷ ରୋପଣ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେବା ଭଳି ପ୍ରମୁଖ କାର୍ଯ୍ୟ କରି ଉର୍ଜାବାନ ଓଡ଼ିଶା ଚର୍ଚ୍ଚିତ ହୋଇଆସିଛି । ସମସ୍ତେ ମିଳିମିଶି ନିଷ୍ଠା ଓ ଏକାଗ୍ରତାର ସହ ଏକାଠି ହୋଇ କାମ କଲେ ପୁରୀ ସହର ବିଶ୍ୱରେ ନିଜ ସେବା ପାଇଁ ସ୍ବତନ୍ତ୍ର ନା ରଖି ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସ୍ବେଚ୍ଛାସେବୀ ,ବୁଦ୍ଧିଜୀବୀ, ସମାଜିକ ବନ୍ଧୁ ଓ ତାଙ୍କ ପରିବାରବର୍ଗ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେବାର ମନଭାବ ଓ ସେବକ ମାନଙ୍କ ଭାବକୁ ଉପଲବ୍ଧି କରିଥିଲେ । ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି ଆନୁଷ୍ଠାନିକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.