ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ .ରୀନା ସାହୁଙ୍କ ସଭାପତିତ୍ବରେ ସୁଚାରୁ ରୂପେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଆଇନଜିବୀ (ନାବାଳକ ଶିଶୁ କଲ୍ୟାଣ ବିଭାଗ-ଜୁଭିନାଲ୍ ଜଷ୍ଟିସ୍ ବୋର୍ଡ ମେମ୍ବର) ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ-ସୁରକ୍ଷାର ଗୁରୁତ୍ବ ବିଷୟରେ ଅବଗତ କରାଇ ତାʾର ଅଭ୍ୟାସ ଜାରି ରଖିବା ପାଇଁ ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ।
ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି , ଶ୍ରୀ ନାସିର୍ ବେଗ୍ , ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦାନ କରି ଆତ୍ମ-ସୁରକ୍ଷା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଡ଼. ରୀନା ସାହୁ ଦେଶରେ ନାରୀ ସଶକ୍ତିକରଣ ଓ ନାରୀ ଜାଗରଣର ଆହ୍ବାନ ପ୍ରଚଣ୍ଡ ଭାବରେ ପ୍ରଚାରିତ ହେଲେ ମଧ୍ୟ ସାଂପ୍ରତିକ ସମାଜରେ ପ୍ରତ୍ୟେକ ବର୍ଗର ନାରୀ କିପରି ଭାବରେ ଶାରିରୀକ ନିର୍ଯ୍ୟାତନା ତଥା ବଳାତ୍କାରର ଶିକାର ହେଉଛନ୍ତି ସେ ବିଷୟରେ ସଚେତନ ମୂଳକ ବାର୍ତ୍ତା ଦେଇଥିଲେ।
ସେହିପରି ଭାବରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ନୋଡାଲ ଅଫିସର୍ ଶ୍ରୀଯୁକ୍ତ ଏଲ୍. ଦୁର୍ଯ୍ୟୋଧନ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ୧୨ ଦିନ ପର୍ଯ୍ୟନ୍ତ ଚାଲୁରହିବ। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବରରୁ ତାଲିମ୍ ନେଇ ଆସିଥିବା ଲଳିତା ପଢିଆରୀ ଓ ନିତୁ ଜେନା ଛାତ୍ରୀମାନଙ୍କୁ ଶିକ୍ଷା ଦେବେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳକରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.