ନୂଆଗାଁ: ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦରମହକୁମାରେ ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଳକର ୨୨ଟି ପଞ୍ଚାୟତରୁ ଶହ ଶହ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାରେ ନୟାଗଡ ଜିଲ୍ଲାର ବିଧାୟକ ଡ଼ ଅରୁଣ କୁମାର ସାହୁ,ରଣପୂର୍ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,ଦଶପଲ୍ଲା ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ,ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ନୂଆଗାଁ ବ୍ଳକ ୧୭ନମ୍ୱର ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ୧୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ ଆଦି ବହୁ ଜନପ୍ରତିନିଧି ଓ ବିଜୁ ଯୁବ , ଛାତ୍ର ଓ ମହିଳା ଜନତା ଦଳର ନେତୃବୃନ୍ଦ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶୁତି ଗୁଡ଼ିକ ପାଣିର ଗାର ବୋଲିକହି, ବିଜେଡି ନେତାମାନେ ବର୍ଷିଥିଲେ। ଇଲେକ୍ଟ୍ରୀ ବିଲ୍ ୩୦୦ୟୁନିଟ୍ ମାଗଣଦେବେ ବୋଲି କହିଥିଲେ କିନ୍ତୁ ତାହା ପାଣିର ଗାର ହେଲା।ସୁଭଦ୍ରା ଯୋଜନାରେ ମହିଳା ମାନକୁ ୫୦୦୦୦ ଟଙ୍କା ଦେବେକହି ୫୦୦୦ଟଙ୍କା ଦେଉଛନ୍ତି,ଭତ୍ତା ୩୦୦୦ ଟଙ୍କା ଦେବେବୋଲି କହି ଏପର୍ଯ୍ୟନ୍ତ ଦେଇନାହାନ୍ତି। ବିଜେପି ସରକାର କଥା କୁହା ସରକାର କାମକୁ ନୁହେଁ,ମିଛ କହି ଭୋଟ ହାତେଇଚି ବୋଲି ବିଜେଡି ନେତାମାନେ ଜନ ସାଧାରଣ ଙ୍କୁ କହିଥିଲେ। ବ୍ଲକ୍ ପରିସରରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶତାଧିକ ମହିଳା ଓ ପୁରୁଷ ଜନସଂପର୍କ ପଦଯାତ୍ରା ରେ ନୂଆଗାଁ ବ୍ଳକଠାରୁ ବାହାରି ନୂଆଗାଁ ବଜାର ଅତିକ୍ରମ କରି ପଞ୍ଚାୟତ ପାଖରେ ଥିବା ବିଜୁ ଭବନ ପର୍ଯ୍ୟନ୍ତ ଆସିଥିଲେ।ସେଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.