ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵିତୀୟ ବର୍ଷ ଛାତ୍ର ଅର୍ଜୁନ ଗଣ୍ଡ ଜୋନ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୪ ପାଇଁ ମନୋନୀତ ହୋଇଛନ୍ତି।ବ୍ଲକ ସ୍ତରୀୟ କଳା ଉତ୍ସବ ୨୦୨୪ ରେ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିବା ପରେ ଅର୍ଜୁନ ଗଣ୍ଡ ଜିଲ୍ଲା ସ୍ତରୀୟ କଳା ଉତ୍ସବ ପାଇଁ ମନୋନୀତ ହୋଇଥିଲେ। ନବରଙ୍ଗପୁର ମ୍ୟୁନିସିପାଲଟି ହାଇସ୍କୁଲ ରେ ଗତ ୭ ତାରିଖ ରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ ପରେ କୋରାପୁଟ ସରକାରୀ ହାଇସ୍କୁଲ ରେ ଆଜି ଜୋନ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇ ପୁଣି ପ୍ରଥମ ସ୍ଥାନ ପାଇଥିଲେ।ସେଠାରେ ଛାତ୍ର ଅର୍ଜୁନ ଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଯୋ ଦ୍ଵାରା ଛାତ୍ର ଅର୍ଜୁନ ଗଣ୍ଡ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ରାଜ୍ୟ ସ୍ତରୀୟ କଳା ଉତ୍ସବ ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏହି ଦ୍ଵିତୀୟ ବର୍ଷ ଛାତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ରେ ରାଜ୍ୟ ସ୍ତରକୁ ମନୋନୀତ ହେବା ପରେ ସବୁ ଆଡୁ ଛାତ୍ର ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ପଛୁଆ ଅଂଚଳ ର ଜଣେ ଆଦିବାସୀ ଛାତ୍ର ଅର୍ଜୁନ ଗଣ୍ଡ ଜୀବନ୍ତ ଚିତ୍ରକଳା ପ୍ରଦର୍ଶନ କରି ସମସ୍ତଙ୍କ ଚକିତ କରିଛନ୍ତି। ତାଙ୍କର ଏଭଳି କୃତିତ୍ଵର ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ସହ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଉତ୍ତୋରତର କାମନା କରିଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post