୨ ସୁନାଚେନ ଲୁଟେରା ଗିରଫ : ଲୁଟ ଚେନ, ବାଇକ ଓ ମୋବାଇଲ ଫୋନ ଜବତ

5

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ ଜଣ ସୁନାଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବାଇକ ଓ ମୋବାଇଲ ଫୋନ ଜବତ କରିଛି । ଅଭିଯୁକ୍ତ ହେଲେ ନୟାଗଡ଼ ସଦରଥାନା ବାଲୁଗାଁର ବୃନ୍ଦାବନ ନାୟକଙ୍କ ପୁଅ ଚିତ୍ତରଞ୍ଜନ ନାୟକ ଏବଂ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଶ୍ୟାମପୁର ପଣ୍ଡାକୁଡ଼ିଆ ଅଞ୍ଚଳର ଅଭିମନ୍ୟୁ ନାୟକଙ୍କ ପୁଅ ଅମିତ ନାୟକ । ଗତ ୨ ତାରିଖ ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତା ନାୟକ ମେଡିସିନ ଷ୍ଟୋର ନିକଟରୁ ଆଇନଜୀବୀ ନୃସିଂହ ପଟ୍ଟନାୟକଙ୍କ ପତ୍ନୀ ସସ୍ମିତା ପଟ୍ଟନାୟକଙ୍କଠାରୁ ଏହି ଦୁଇ ଜଣ ସୁନାଚେନ ଲୁଟ କରିଥିଲେ । ସସ୍ମିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା । ଯୋଜନାବଦ୍ଧ ଭାବେ ଦୁହେଁ ଚେନ ଲୁଟ କରିବା ପରେ ଚିକିତ୍ସା ବାହାନା କରି ବାଲୁଗାଁର ସତ୍ୟବାଦି ବିଶ୍ୱାଳଙ୍କୁ ୭୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏନେଇ ଆଜି ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଏବଂ ନୟାଗଡ଼ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହିତ ଲୁଟ ହୋଇଥିବା ଚେନକୁ ଉଦ୍ଧାର କରାଯାଇ ଆଇନଜୀବୀ ନୃସିଂହ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.