ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗଜପତି ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ , ଗ୍ୟାସ ମାଲିକ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ। ବୃହତ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ମାନଙ୍କରେ ରସାୟନିକ ଦୁର୍ଘଟଣାକୁ କିପରି ମୁକାବିଲା କରିବା ଏବଂ ଆଗୁଆ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଆପାତକାଳୀନ ବିଭାଗ କାର୍ଯ୍ୟ କରୁଅଛି।
ସେହିଭଳି ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ପେଟ୍ରୋଲ ଓ ଗ୍ୟାସ ଶିଳ୍ପ ସଂସ୍ଥାର କର୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ। ଅଫସାଇଟ୍ ଏମରଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବା , ଅବିଛିନ୍ନ ଭାବେ ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍ ଗୃପକୁ ସୂଚନା ପଠାଇବା , ମକଡ୍ରିଲ୍ କରିବା , ବୃହତ ଶିଳ୍ପର ଆଖପାଖ ଅଞ୍ଚଳ ବାସିନ୍ଦା ମାନଙ୍କୁ ରସାୟନିକ ଦୁର୍ଘଟଣାର ଭୟାବହତା ଓ ଏହାର ମୁକାବିଲା କରିବା ନିମନ୍ତେ ସଚେତନତା କରାଇବା ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା କହିଥିଲେ ଯେ , ସମସ୍ତ ଶିଳ୍ପ କର୍ତୃପକ୍ଷ ମାନେ ରସାୟନିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଅଧିକ ସୁରକ୍ଷା ପାଇଁ କଂଟ୍ରୋଲରୁମ୍ ର ଆବଶ୍ୟକତା ରହିଛି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ କହିଥିଲେ।
ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ଶ୍ରୀ ଶୁଭମ କୁମାର ସାହୁ , ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ର ଶ୍ରୀ ରାମପ୍ରବେଶ କୁମାର , ଇଣ୍ଡିଆନ୍ ଓଏଲ୍ କର୍ପୋରେସନ୍ ଲିମିଟେଡ ର ଶ୍ରୀମତୀ ଅଙ୍କିତା ଚଙ୍ଗମାଇ ପ୍ରମୁଖ ଯୋଗଦେଇ ରସାୟନିକ ଦୁର୍ଘଟଣାକୁ କିପରି ରଖାଯାଇ ପାରିବ ସେ ଉପରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସେଥି ମଧ୍ୟରୁ ପେଟ୍ରୋଲିୟମ କିମ୍ବା ଗ୍ୟାସ ସ୍ଥାନାନ୍ତରିତ କରିବା ସମୟରେ ଗାଡ଼ିର ମାନ ଯାଞ୍ଚ କରିବା , ଚାଳକର ଲାଇସେନ୍ସ , ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଉପରେ କିପରି ନଜର ରଖିହେବ ସେ ସଂପର୍କରେ ଅବଗତ କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଡେପୁଟି କଲେକ୍ଟର ଶ୍ରୀ କମଳ କାନ୍ତ ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ , ଶ୍ରୀ ଚିତ୍ତରଞ୍ଜନ ବେଉରା , ଉପ-ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର କାର୍ଯ୍ୟଳୟ ରାୟଗଡ ଡିଭିଜନ , ଶ୍ରୀ ବିନିତ୍ ଷଡ଼ଙ୍ଗୀ , ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର କାର୍ଯ୍ୟଳୟ ରାୟଗଡ ଡିଭିଜନ , ଶ୍ରୀ ପ୍ରଦୋଷ ଶତପଥି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ମ୍ୟାନେଜର , ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ସମସ୍ତ ଶିଳ୍ପ , ଗ୍ୟାସ ଓ ପେଟ୍ରୋଲିୟମ ର ମାଲିକ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.