ପଦ୍ମପୁର :- ବରିହା ପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜପ ରଣା ଙ୍କ ଅଧ୍ୟକ୍ଷତା ରେ ଉତ୍ସବ ର ଏହି ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଧୀରଜ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଶିକ୍ଷା ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀ, ଗ୍ରାମର ଗୌନ୍ତିଆ ନିରଦ ରଞ୍ଜନ ସାହୁ,ମୁଖ୍ୟ ବକ୍ତା ଭାବେ ନବ ପ୍ରଭାତ ଗୁରୁକୁଳ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ଯୋଗଦାନ କରିଥିବା ବେଳେ ଶତବାର୍ଷିକୀ ସମାରୋହ କମିଟି ସଭାପତି ରବିଶଙ୍କର ପ୍ରଧାନ ମଂଚାସୀନ ଥିଲେ l ମଞ୍ଚାସୀନ ସମସ୍ତ ଅତିଥି ଗଣ ବିଦ୍ୟାଳୟ ର ଉତ୍ତରୋତ୍ତର ଉନ୍ନତି କାମନା ସହ ବିଦ୍ୟାଳୟ ର ଶିକ୍ଷା ର ଅଗ୍ରଗତି ପାଇଁ ମହତ ଉପଦେଶ ପ୍ରଦାନ କରିଥିଲେ l ଏଥିସହ ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିବା ସମସ୍ତ ଗୁରୁଜନଙ୍କୁ ପୂଜ୍ୟ ପୂଜା ସହ ଗୁରୁମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସମ୍ବଲପୁର ନେତାଜୀ ସୁବାଷ ବୋଷ ମହାବିଦ୍ୟାଳୟ ରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ପୁରାତନ ଛାତ୍ରୀ ମିଲି ସାହୁ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟ ର ପୁରାତନ ଛାତ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟରତ ଥିବା ମନୋଜ କୁମାର ସାହୁ,ଓଡିଶା ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଅର୍ଜୁନ କୁମାର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ କାର୍ଯ୍ୟରତ ବୈଷ୍ଣବ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ ଏବଂ ଅଧିବେଶନ ଶେଷରେ ପୁରାତନ ଛାତ୍ର ତଥା ଶିକ୍ଷକ କୁବେର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ l ଅନ୍ୟାନ୍ୟ ପୁରାତନ ଛାତ୍ର ଛାତ୍ରୀ ଓ ସଦସ୍ୟ ଗଣ ମହୋତ୍ସବ ର ସଫଳତା ପାଇଁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.