ମଣ୍ଡେଇ ମହୋତ୍ସବ -୨୦୨୪ ପାଇଁ ମଞ୍ଚ ନାଟକ କମିଟି ଓ ସାଂସ୍କୃତିକ ଦଳ ଉଦ୍ଘୋଷକ ଚୟନ କମିଟି ବୈଠକ

4

ନବରଂଗପୁର ତା ୨.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଡ଼ିସେମ୍ବର ୬ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ଗତ ୨୯.୧୦.୨୦୨୪ ତାରିଖ ରେ ଜିଲାପାଳ ଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ କମିଟି ଗଠନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅପରାହ୍ନ ୪.୦୦ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ସଭ୍ୟ ମାନଂକ ଉପସ୍ଥିତିରେ ମଞ୍ଚ ନାଟକ କମିଟି ର ବିଭିନ୍ନ କାର୍ଯ୍ୟଧାରା ଓ ପଦକ୍ଷେପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଉପସ୍ଥିତ ଥିଲେ।ବୈଠକରେ ମଞ୍ଚ ନାଟକ ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମଞ୍ଚ କଳାକାର ମାନଂକ ଦ୍ୱାରା ବିଭିନ୍ନ ବେଶରେ ସଜ୍ଜିତ ହୋଇ ମାଆ ଭଣ୍ଡାର ଘରଣୀ ମନ୍ଦିରରୁ ଆଜ୍ଞାମାଳ ନେଇ ଶୋଭାଯାତ୍ରା ରେ ଟାଉନ ହଲକୁ ଯାତ୍ରା କରିବ। ସମସ୍ତ ମଞ୍ଚ ନାଟକ ନିର୍ଦେଶକ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ନିଜର ସ୍କ୍ରିପ୍ଟ ଚୟନ କମିଟି କୁ ପ୍ରେରଣ କରିବେ ଏବଂ ଚୟନ କମିଟି ଦ୍ବାରା ଯୋଗ୍ୟତା ଅନୁଯାୟୀ ଏହା ନୀରିକ୍ଷଣ ହୋଇ ନଭେମ୍ବର ୨୦ ତାରିଖ ସୁଦ୍ଧା ଚୁଡାନ୍ତ କରାଯିବ। ମଞ୍ଚ ନାଟକ ର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ସବ କମିଟି ଗଠନ କରାଗଲା।
ସେଭଳି ଗତ ୩୦.୧୦.୨୦୨୪ ତାରିଖ ଦିନ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ଦଳ ଓ ଉଦଘୋଷକ ଚୟନ କମିଟିର ସଭ୍ୟ ମାନଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।ସମସ୍ତ ବି ଡି ଓ ନିଜ ନିଜ ବ୍ଲକରେ ସାଂସ୍କୃତିକ ଦଳ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ସାଂସ୍କୃତିକ ଦଳଙ୍କୁ ପ୍ରେରଣ କରିବେ। ଡିସେମ୍ବର ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମୁଖ୍ୟ ଉତ୍ସବ ରେ ଜିଲ୍ଲାର ଶ୍ରେଷ୍ଠ ବିବେଚିତ ଓ ଜିଲ୍ଲା ବାହାରୁ ଆସୁଥିବା ସାଂସ୍କୃତିକ ଦଳ ମାନଙ୍କୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର କରାଗଲା।ଏହି ଉତ୍ସବ ରେ ଗ୍ରାମାଞ୍ଚଳ ର ପାରମ୍ପରିକ ନୃତ୍ୟ ଦଳ ମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।ମଣ୍ଡେଇ ଉତ୍ସବ ଜିଲ୍ଲାର ଲୋକ କଳା ,ସଂସ୍କୃତି ଓ ପରମ୍ପରା, ପ୍ରତିଭା ସୃଷ୍ଟି କରିବାର ଏକ ପ୍ରମୁଖ ମଞ୍ଚ ହୋଇଥିବାରୁ ଜିଲ୍ଲାର ଶ୍ରେଷ୍ଠ ସାଂସ୍କୃତିକ ଦଳ ମାନଙ୍କୁ ସୁଯୋଗ ପ୍ରଦାନ କରିବା ସହ ରାଜ୍ୟ ଓ ଜାତୀୟ ସ୍ତର କୁ ପ୍ରେରଣ କରି ଜିଲ୍ଲା ପ୍ରସିଦ୍ଧି ପାଇଁ ନିଷ୍ପତ୍ତି ନିଆଗଲା। ଚଳିତ ବର୍ଷ ମଣ୍ଡେଇ ଉତ୍ସବ ରେ ରାଜ୍ୟସ୍ତରୀୟଦଳ କଳାହାଣ୍ଡି,ରାୟଗଡ଼ା,କୋରାପୁଟ,ମାଲକାନଗିରି,ବଲାଙ୍ଗୀର,ଗଞ୍ଜାମ,ମୟୂରଭଞ୍ଜ,ପୁରୀ,ଖୋର୍ଦ୍ଧା ଅଂଚଳ ରୁ ପ୍ରସିଦ୍ଧ ସାଂସ୍କୃତିକ ଦଳ କୁ ଆମନ୍ତ୍ରଣ କରାଯିବ। ସେଭଳି ଜାତୀୟ ସ୍ତର ପ୍ରଦର୍ଶନ ପାଇଁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ରାଜସ୍ଥାନ,ଛତିଶଗଡ,ନାଗାଲାଣ୍ଡ,କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶର ବିଭିନ୍ନ ସାଂସ୍କୃତିକ ଦଳଙ୍କୁ ନିମନ୍ତ୍ରଣ କରାଯିବ।ମଣ୍ଡେଇ ସନ୍ଧ୍ୟାରେ ରାଜ୍ୟର ପ୍ରସିଦ୍ଧ କଳାକାର ଙ୍କୁ ଚୟନ କରାଯାଇ ତାଙ୍କର କଳା ପରିବେଷଣ ପାଇଁ ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.