ପଦ୍ମପୁର :- ବରଗଡ ଜିଲ୍ଲା ସ୍ତରୀୟ ୧୭ ବର୍ଷ ରୁ କମ ବିଦ୍ୟାଳୟ କ୍ରିକେଟ ଚାମ୍ପିୟନସିପ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ପଡିଆ ରେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଉଦଘାଟିତ ହୋଇଯାଇଛି l ବରଗଡ ଜିଲ୍ଲା କ୍ରୀଡା ସଂଘ ଉଦଘାଟନୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଝାରବନ୍ଧ ଶୁଭମ ପତି,ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ସୁଦୀପ୍ତ ନାୟକ,ପାଇକମାଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ, ପାଇକମାଳ ବ୍ଲକ କ୍ରୀଡା ସମ୍ପାଦକ ସୁଦର୍ଶନ ମହାକୁର,ଛିନ୍ଦେଇକେଲା ସମିତିସଭ୍ୟ,ଜାମସେଠ ଓ ଝାରବନ୍ଧ ସରପଞ୍ଚ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗଣ ମଞ୍ଚାସିନ ଥିଲେ l ମୁଖ୍ୟ ଅତିଥି ସମସ୍ତ ଖେଳାଳୀ ଙ୍କୁ ପ୍ରେରଣା ଦେଇ କହିଥିଲେ ଯେ, ଆମକୁ ଲକ୍ଷ୍ୟ ହାସଲ କରିବାକୁ ହେଲେ ଧୈର୍ଯ୍ୟ ଓ ନିଷ୍ଠା ସହ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାକୁ ହେବ l ଅନ୍ୟ ଅତିଥି ଗଣ କ୍ରୀଡା ର ମହତ୍ତ୍ୱ ବୁଝି କ୍ରୀଡା ପ୍ରତି ଆକୃଷ୍ଟ ହେବା ପାଇଁ ଆହ୍ୱାନ କରିଥିଲେ l ଏହାପରେ ପଡିଆରେ ସମସ୍ତ ବ୍ଲକ ଟିମ ପରେଡ କରି ଅତିଥି ଙ୍କୁ ସାଧୁବାଦ ଜଣେଇଥିଲେ। ଅଭିବାଦନ ପରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରି ଏହି ଚାମ୍ପିୟନସିପ ପ୍ରତିଯୋଗିତା କୁ ଆରମ୍ଭ ଘୋଷଣା କରିଥିଲେ l ପ୍ରଥମ ମ୍ୟାଚ ସୋହେଲା ବ୍ଲକ ଓ ରାଜ ବୋଡାସମ୍ବର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇ ପଦ୍ମପୁର ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ ପାଇକମାଳ ବ୍ଲକ ଓ ଭେଡେନ ବ୍ଲକ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାଇକମାଳ ଦଳ ବିଜୟୀ ହୋଇଛନ୍ତି। ସେହିପରି ତୃତୀୟ ମ୍ୟାଚ ବିଜେପୁର ଓ ବରପାଲି ବ୍ଲକ ମଧ୍ୟ ରେ ଅନୁଷ୍ଠିତ ହୋଇ ବରପାଲି ଦଳ ବିଜୟୀ ହୋଇଛନ୍ତି l ଏହି ଚାମ୍ପିୟନସିପ ରେ ମୋଟ 12 ଟି ବ୍ଲକ ର ଟିମ ଅଂଶଗ୍ରହଣ କରିବା ସୂଚନା ରହିଛି l କାର୍ଯ୍ୟକ୍ରମ ର ସୁପରିଚାଳନା ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକ ସମେତ ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ ଗଣ ଓ ଗ୍ରାମବାସୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.