ଦଧିବାମନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ଉତ୍ସବ ପାଳିତ

3

ଭଟଲି :- ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟରେ ଆଜି “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ର” ଉଦଯାପନୀ ଦିବସ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ବିଭାଗର ଅଧିକାରୀ ତଥା ଇତିହାସ ଅଧ୍ୟାପିକା ନମିତା ଭୋଇ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ଦୁର୍ନୀତି ନିବାରଣ ସଚେତନତାଭିତ୍ତିକ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂସ୍କୃତ ଅଧ୍ୟାପକ ରାଜୀବ ସାହୁ, ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ, ଓଡ଼ିଆ ଅଧ୍ୟାପିକା ସୀମା ବରିହା, ଇଂରାଜୀ ଅଧ୍ୟାପିକା ପ୍ରତିଶ୍ରୁତି କ୍ଷେତି, ଇତିହାସ ଅଧ୍ୟାପିକା ପାକିଜା ଦାସ ମହନ୍ତ ପ୍ରମୁଖ ବିଚାରକ ଭାବରେ ଦାୟିତ୍ୱ ବହନ କରିଥିଲେ। ବହୁସଂଖ୍ୟକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସହାୟତା କରିଥିଲେ ରସାନନ୍ଦ ସାହୁ, ଉମେଶ ପଧାନ । ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ସାଂସ୍କୃତିକ ବିଭାଗ ଅଧିକାରୀ ଦୁର୍ଗାଶିଷ ପଟ୍ଟନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ସାଂସ୍କୃତିକ ବିଭାଗ ଅଧିକାରୀ ନମିତା ଭୋଇ।

Leave A Reply

Your email address will not be published.