ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଜଣେ ବୃଦ୍ଧା ଜ୍ୱର ହୋଇ ଗୁରୁତର ହୋଇ ଯାଇଥିବା ବେଳେ ଗାଁ କୁ ରାସ୍ତାନଥିବାରୁ ଗାଁକୁ କୌଣସି ଅଟୋ ରିକ୍ସା କିମ୍ବା ଆମ୍ବୁଲନ୍ସ ଯାଇ ନପାରିବାରୁ ଖଟିଆରେ ୫କିମି ବୁହାହେଲେ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କଡିପାରୀ ପଞ୍ଚାୟତ ଅନ୍ତର୍ଗତ ଭେଜାପଦର ଗ୍ରାମରେ ।ଉକ୍ତ ଗ୍ରାମର ଜାମୁ ମାଝୀ ଙ୍କର ଶ୍ରୀମତୀ ମାଝି(୬୦) ୩ ଦିନ ରୁ ଉର୍ଧ ଜ୍ଜର ହୋଇ ଗୁରୁତର ହୋଇଥିଲେ ।ଗାଁ କୁ ରାସ୍ତାନଥିବାରୁ ଗାଁ କୁ କୌଣସି ଯାଇନଥାଏ ସେଥିପାଇଁ ବାଧ୍ୟ୍ୟ ହୋଇ ପରିବାର ଲୋକେ ଖଟିଆରେ ବୋହି ଭେଜାପଦର ପର୍ୟ୍ଯନ୍ତ ଆଣି ୧୦୮ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।ହେଲେ ୧୦୮ଆମ୍ବୁଲାନ୍ସକୁ ପାଖରେ ଉଲଲବ୍ଧ ନଥିବାରୁ ଏକ ଅଟୋ ଯୋଗେ ଉଷାପଡାସ୍ଥିତ ଉତ୍କଳ ହସ୍ପିଟାଲକୁ ଆଣି ଭର୍ତି କରିଛନ୍ତି।ବର୍ତମାନ ଚିକିତ୍ସା ଚାଲିଥିବା ପୋରିବାର ଲୋକେ କହିଛନ୍ତି ।ଏହି ଗାଁ ରେ ପ୍ରାୟ ୭୦ଘର ଥିବା ବେଳେ ଲୋକସଂଖ୍ୟା ୩୦୦ ରୁ ଅଧିକ ।ଏହି ଗାଁ କୁରାସ୍ତା ନଥିବା ନେଇ ବାରମ୍ବାର କାଶିପୁର ବ୍ଲକ ବିଡିଓ ଙ୍କୁ ଓ ରାୟଗଡା ଜିଲ୍ଲା ପାଳ ଙ୍କୁ ଅଭିଯୋଗ କଲାପରେ ମଧ୍ୟ କୈାଣସି ସମାଧାନ ହୋଇପାରି ନାହିଁ ।ଗତ ନିର୍ବାଚନରେ ଭୋଟ ମଧ୍ୟ ବର୍ଜନ କରିଥିଲେ ହେଲେ କୌଣସି ସୁଫଳ ମିଳିନାହିଁ।ଗତ କିଛିଦିନ ତଳେ ଜଣେ ଗର୍ଭବତୀଙ୍କୁ ମଧ୍ୟ ଖଟିଆରେ ବୁହା ମେଡିକାଲ ନିଆ ଯାଇଥିଲା।ଭୋଟ ବର୍ଜନ ସମୟରେ ମଧ୍ୟ କାଶିପୁର ବିଡିଓ ଗ୍ରାମକୁ ଯାଇ ରାସ୍ତାହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ହେଲେ ପ୍ରଶାସନ ବି ରାଜନେତାଙ୍କ ଭଳି ନିଜ ପ୍ରତଶ୍ରୁତି ଭୁଲିଯାଇଛି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.