ଶକ୍ତି ପୀଠରେ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l

3

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ବିଜୁ ଜନତା ଦଳର ରାଜ୍ୟ ଗଣମାଧ୍ୟମ ସଂଯୋଜକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ଧର୍ମପତ୍ନୀ ଡେଜି ଜେନା ପବିତ୍ର କାଳୀପୂଜା ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଶକ୍ତିପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ କେରିଲୋ ପଞ୍ଚାୟତ ଛପଚିକଣା ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ହରଚଣ୍ଡୀଙ୍କୁ ଦର୍ଶନ କରିବା ପରେ ହରିରାଜପୁର ଗ୍ରାମର ପୁରାତନ ଶକ୍ତିପୀଠ କାଳିଆ ଦେଇ ମନ୍ଦିର ଏବଂ ଯୋଗମାୟା ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ମାଆଙ୍କ କୃପା ଭିକ୍ଷା କରିଛନ୍ତି । ଏହି ଅବସରରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବନ୍ଧକାଟିଆ ସରପଞ୍ଚ ପ୍ରଦିପ୍ତ କୁମାର ପରିଡ଼ାଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଶ୍ରୀ ଜେନା ଯୋଗ ଦେଇଥିଲା ବେଳେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ଯୁବନେତା ଜ୍ୟୋତିପ୍ରକାଶ ସ୍ପାଇଁ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.