IIC ଙ୍କ ବଦଳି ଦାବି ସହ ତେନ୍ତୁଳୀଖୁଣ୍ଟି ଥାନା ସମ୍ମୁଖରେ ମୃତ ମର ଶରୀର ନେଇ ଧାରଣl

3

ତେନ୍ତୁଳୀଖୁଣ୍ଟି/କୃପାନିଧି ରାଉତ: ପୋଲିସ ର କାର୍ଯ୍ୟ କୁ ନିନ୍ଦା, ନ୍ୟାୟ ପ୍ରଦାନ ରେ ବିଳମ୍ବ ଅଭିଯୋଗରେ ତେନ୍ତୁଳୀଖୁଣ୍ଟି IIC ଙ୍କୁ ବଦଳି ଦାବି କରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ଦୁଃଖିତ ପରିବାର।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା, ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପିତା କୁମୁଲି ଗାଁ ରେ।ପିତା କୁମୁଲି ଗାଁର ଘନ ଭତରା ଓ ହରି ଭତରା ଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ଝଗଡା ଲାଗି ରହିଥିଲା, ଫଳରେ ଗତମାସ ୧୪ ତାରିଖରେ ଘନ ଭତରାଙ୍କ ଅନୁପସ୍ଥିତ ଜାଣି ହରି ଭତରା, ସ୍ତ୍ରୀ ଧନମଣି ଭତରା ଓ ପୁଅ କହେଁଇ ଭତରା ଆସି ହରି ଭତରା ର ସ୍ତ୍ରୀ ହୀରା ଭତରା ଙ୍କୁ ଠେଙ୍ଗାରେ ବାଡେଇ ଥିଲେ ଫଳରେ ସେ ଅଚେତ ଅବସ୍ଥା ରେ ପଡ଼ି ରହିବାରୁ ମରିଗଲା ବୋଲି ଭାବି ଛାଡ଼ି ଚାଲି ଯାଇଥିଲେ, ପରେ ହୀରା ଭତରା ଙ୍କୁ ପ୍ରଥମେ ତେନ୍ତୁଳୀଖୁଣ୍ଟି ପରେ ନବରଙ୍ଗପୁର ଓ ଶେଷରେ ଉନ୍ନତମାନର ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା,ସେଠାରେ ଚିକିତ୍ସାଧୀନ ଅବସ୍ଥା ରେ ହୀରାର ମୃତ୍ୟୁ ହେଇଛି।ଦୋଷୀ ମାନଙ୍କୁ ଦଣ୍ଡ ଓ ଦୁଃଖିତ ପରିବାରକୁ ନ୍ୟାୟ ପ୍ରଦାନ କରିବାରେ ବିଳମ୍ବ ଦର୍ଶାଇ ତେନ୍ତୁଳୀଖୁଣ୍ଟି IIC ଙ୍କ ବଦଳି ଦାବି କରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ମୃତ ହୀରାର ପରିବାର,ଦୋଷୀଙ୍କୁ ପୋଲିସ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି,ଘଟଣା ସ୍ଥଳରେ ନବରଙ୍ଗପୁର SDPO କୃଷ୍ଣଚନ୍ଦ୍ର ଭତରା ଆସି ଦୋଷୀ ହରି ଭତରା କୁ ପୋଲିସ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯିବ ବୋଲି କହି ବୁଝାସୁଝା କରି ବର୍ତ୍ତମାନ ଶବ ସତ୍କାର ନିମନ୍ତେ ୨୦ ହଜାର ଟଙ୍କା ଓ ପରେ ୧୫ ଲକ୍ଷ ଟଙ୍କା ସାହାଯ୍ୟ କରିବାର ପ୍ରତିଶୃତି ଦେବା ପରେ ଧାରଣା ରୁ ହଟିଥିଲେ ଦୁଃଖିତ ପରିବାର।ସରକାରଙ୍କ ଏତେ ସବୁ ଯୋଜନା ଓ ଅର୍ଥର ବିନିଯୋଗ ପରେ ମଧ୍ୟ ତେନ୍ତୁଳୀଖୁଣ୍ଟି ଅଞ୍ଚଳରେ ବାରମ୍ବାର ହତ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତି ହେବା ଘଟଣା ପୋଲିସର କାର୍ଯ୍ୟ ଦକ୍ଷତା ଦୁର୍ବଳ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.