ବିଜେପି ଅଛି ତ ସବୁ ସମ୍ଭବ : ବିଧାୟିକା ବର୍ଷା ସିଂ ବରିହା

3

https://youtu.be/vvFJGunrX2o

ସରକାରୀ କାର୍ଯ୍ୟକ୍ରମ ରେ ବିଜେପି ଗୀତ : ନିର୍ବାଚନ କମିସନ୍ ର ଦ୍ୱାରସ୍ଥ ହେଲା ପଦ୍ମପୁର ବିଜେଡି

ବରଗଡ଼ :- ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ଉପସ୍ଥିତିରେ ସରକାରୀ କାର୍ଯ୍ୟକ୍ରମ ରେ ବିଜେପି ର ଗୀତ ବାଜିବା କୁ ନେଇ ନିର୍ବାଚନ କମିସନ ର ଦ୍ୱାରସ୍ଥ ହୋଇଛି ପଦ୍ମପୁର ବିଜୁ ଜନତା ଦଳ। ଗତ ଭୋଟର ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ଏକ ଷ୍ଟେଜ ପ୍ରୋଗ୍ରାମ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଯେଉଁ ଥିରେ କି ବିଜେପି ର ନିର୍ବାଚନୀ ଗୀତ ବାଜିଥିଲା, ଅବଶ୍ୟ ଉପସ୍ଥିତ ଦର୍ଶକଙ୍କ ବିରୋଧ ପରେ ଗୀତ କୁ ଅଧାରୁ ବନ୍ଦ କରଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଭୁଲ ବଶତଃ ଗୀତ ବାଜିଥିଲା ଏବଂ ତାହା ଅଧାରୁ ବନ୍ଦ କରାଯାଇଥିଲା, ଯିଏ ବି ଦୋଷୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି ବିଜେପି ଅଛି ତ ସବୁ ସମ୍ଭବ, ସେମାନେ ତ କଲେଜ କୁ ଯାଇ ଜୋର୍ ଜବରଦସ୍ତ ତାଙ୍କ ଦଳର ସଦସ୍ୟତା ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବାଧ୍ୟ କରୁଛନ୍ତି। ଯାହାକି ହୀନ ରାଜନୀତି କୁ ଦର୍ଶାଉଛି, ଏହା ନିଶ୍ଚୟ ଲଜ୍ଜ୍ୟାର ବିଷୟ। ଆଜି ଯୁବନେତା ଭୋଜରାଜ ସିଂ ବରିହା ଙ୍କ ନେତୃତ୍ଵରେ ଏକ ଟିମ୍ ନିର୍ବାଚନ କମିଶନ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବିଜେଡି ଟାଉନ୍ ସଭାପତି ନବ କିଶୋର ସାହୁ, ରାଜୁ ଘିଭେଲା, କିଶୋର ମେହେର, ସୂର୍ଯ୍ୟ ପ୍ରସାଦ ହୋତା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ମନୋରମା ମହାପାତ୍ର ଙ୍କ ସମେତ ସମସ୍ତ କାଉନ୍ସିଲର ଓ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.