ପଦ୍ମପୁର/ନିଳ ଦୀପ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ଗ୍ରୃପ -ବି ପର୍ଯ୍ୟାୟରେ ପୁରୀକୁ ହରାଇ ଜାମସେଦପୁର ସେମିଫାଇନାଲରେ ପ୍ରବେଶ କରିଛି। ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଜାମସେଦପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ସୈାରଭ ପଣ୍ଡାଙ୍କ ୫୧ ରନ ଓ ରବି ପାଣ୍ଡେଙ୍କ ୪୪ରନ ସହାୟତାରେ ୧୭୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁରୀ ଦଳ ୨୩.୪ ଓଭର ଖେଳି ସମସ୍ତ ଓକେଟ ହରାଇ ୫୪ ରନ ବ୍ୟବଧାନରେ ପରାଜିତ ହୋଇଥିଲେ। ଓସିଏ ଅମ୍ପାୟର ସଞ୍ଜୟ ନାୟକ ଓ ସଚ୍ଚିଦାନନ୍ଦ ପଣ୍ଡା ପରିଚାଳନା କରିଥିଲେ। ପିଣ୍ଟୁ ସାହୁ ସ୍କୋରର ଥିବା ବେଳେ ନରେଶ ସାହୁ ଧାରା ବିବରଣୀ ଦେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭାଗରଥୀ ବଚ୍ଛା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାମସେଦପୁର ର ମଧୁକର ରୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇଥିଲେ। ଆସନ୍ତା କାଲି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବନାମ ବିଲାସପୁର ରେଲୱେ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ଉପଦେଷ୍ଟା ରୋହିତ କୁମାର ସାହୁ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.