ଗୁଣପୁର ଜଗନ୍ନାଥ ନଗରରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପବିତ୍ର କାର୍ତ୍ତିକ ମାସ କୃଷ୍ଣ ଏକାଦଶୀ ତିଥିରେ ସ୍ଥାନୀୟ ଜଗନ୍ନାଥ ନଗର ଅଞ୍ଚଳରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି. ପ୍ରଥମ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି. ଶନିବାର ସଂନ୍ଧ୍ୟାରେ ବଂଶଧାରା ନଦୀରୁ ଗଙ୍ଗା ଆବାହନ କରାଯାଇ ଅଧିବାସ କାର୍ଯ୍ୟକ୍ରମ କରାଯାଇଥିଲା. ରବିବାର ଦିନ ଗୁଣୁପୁର ନିକଟସ୍ଥ ଗାଦିଆଖଳା ଗ୍ରାମ ରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ଚାରିପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା. ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ସଂନ୍ଧ୍ୟା ସମୟରେ ନଗରୀ କାର୍ଯ୍ୟକ୍ରମ ସହ ଦଧି ହାଣ୍ଡି ଭଙ୍ଗା ଯାଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଙ୍କ ସମେତ ଆଖ ପାଖ ଅଞ୍ଚଳ ରୁ ଅନେକ ଭକ୍ତଙ୍କ ସମାବେଶ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ଟିକୁ ସ୍ଥାନୀୟ ଅଞ୍ଚଳର ଅଶୋକ କର, ରାମ ପଣ୍ଡା, ବିଜୟ ମହାନ୍ତି, ଅଜିତ ପାଢ଼ୀ,ରବି,ବାବୁ ଲିଙ୍ଗମ,ଡି. ରାଜା, କିରଣ, ରାମେଶ୍ୱର ପାଣିଗ୍ରାହୀ,ବିନୋଦ ମହାପାତ୍ର, ଗଣନାଥ ପଣ୍ଡା, ବଳରାମ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପଣ୍ଡା, ସୁରେଶ ପାଢ଼ୀ, ରାଜକିଶୋର ପାଢ଼ୀ, ଲକ୍ଷ୍ମୀ ପାଣିଗ୍ରାହୀ,ଙ୍କ ସମେତ ପୂଜା କମିଟି ର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଅତି ଶୃଙ୍ଖଳତାର ସହ ପରିଚାଳନା କରିଥିଲେ. କମିଟି ସଦସ୍ୟ ମାନଙ୍କ ଦ୍ୱାରା ପ୍ରଥମ କରି ହୋଇଥିବା ଏହି ପଦକ୍ଷେପ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହ ପ୍ରତି ବର୍ଷ ଏଭଳି କାର୍ଯ୍ୟକ୍ରମ କରିବାକୁ ମତ ପ୍ରକାଶ କରିଛନ୍ତି.

 

Leave A Reply

Your email address will not be published.