ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବରିଷ୍ଠ କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁଙ୍କ ୭୦ ବର୍ଷ ବୟସରେ ଅକାଳ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି ସାହି ବାସିନ୍ଦା ଓ ସଂଘ ର ବିଭିନ୍ନ ସଦସ୍ୟ ଗଣ। ସେ ଜଣେ କର୍ତ୍ତବ୍ୟବାନ ଡାକ କର୍ମଚାରୀ ସହ ଜଣେ କମ୍ୟୁନିଷ୍ଟ ମାର୍କ୍ସ ବାଦୀ ପାର୍ଟିର ଆଜୀଵନ ସଦସ୍ୟ ଥିଲେ।ସେ ନିଜର କର୍ମମୟ ଜୀବନ ମଧ୍ୟରେ ବହୁ ସଂଗଠନ ସହ ଜଡିତ ହୋଇ ଅନେକ ଗୁଡିଏ ପଦ ପଦବୀ ରେ ରହି କାର୍ଯ୍ୟ ତୁଳାଇ ଥିଲେ।ଜଣେ ଶ୍ରମିକ ନେତା ଭାବେ ଓଡ଼ିଶାରେ କୋଣ ଅନୁକୋଣରେ ପରିଚିତ ଥିଲେ। ଭଞ୍ଜନଗର ବାଉଁଶ ଲୁଣ୍ଡି ଗ୍ରାମ ର ଅଗ୍ରଣୀ ରାଧା କୃଷ୍ଣ ପାଠାଗାର ର ସଭାପତି ଭାବେ କାର୍ଯ୍ୟ ତୁଲାଇ ଥିଲେ, ସେହିପରି ବରିଷ୍ଠ ନାଗରିକ ମଞ୍ଚ ସହ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।ଚାକିରୀ ରୁ ଅବସର ନେବା ପରେ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନ ର ଅଗ୍ର ଭାଗରେ ଥିଲେ। ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ଜଣେ ସକ୍ରିୟ ସଭ୍ୟ ରହିବା ସହ ଘୁମୁସର ଜିଲ୍ଲା ଆନ୍ଦୋଳନ ହେଉ ବା
ଜଣେ ସାଧାରଣ ଜନତା ର ଅଧିକାର ପାଇଁ ପ୍ରଶାସନ ସହ ଲଢେଇ କରୁଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟ ର ଅନ୍ୟତମ ସନ୍ୟାସୀ ଥିଲେ। ଜନସେବା ତାଙ୍କ ଜୀବନର ବ୍ରତ ଥିଲା। ଆଜିର ଏହି ଦୁଃଖଦ ଖବର ଶୁଣି ଭଞ୍ଜନଗର ତଥା ନିଜ ଗ୍ରାମ ବାଉଁଶ ଲୁଣ୍ଡି ଗ୍ରାମବାସୀ ମର୍ମାହତ। ମୃତ୍ୟ ବେଳେ ତାଙ୍କର ଏକ ମାତ୍ର ଝିଅ ପାଖରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସା ଧୀନ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସ୍ତ୍ରୀ, ଝିଅ ଜ୍ୱାଇଁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗ ରେ ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ,ବାଉଁଶ ଲୁଣ୍ଡି ରାଧା କୃଷ୍ଣ ପାଠାଗାର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.