(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସାମୁଦ୍ରିକ ଝଡ଼ ଦାନା ର ପ୍ରଭାବରେ ବହୁ ଗରିବ ଅସହାୟ ପରିବାର ବର୍ଗଙ୍କ କ୍ଷତି ଘଟିଛି l କ୍ଷତିଗ୍ରସ୍ତ ପରିବାର ଙ୍କ ଦୁଃଖ ବୁଝିପାରି ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ଗଣମାଧ୍ୟମ ସଂଯୋଜକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିଛନ୍ତି ।
ଶ୍ରୀ ଜେନାଙ୍କର ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ ଆଜି ଜିଗ୍ନିପୁର, କେନ୍ଦୁପାଟଣା, ନତକାଇ, ଜୟରାମପୁର ଆଦି ପଞ୍ଚାୟତର ମୋଟ୍ ୨୦ଟି ଅସହାୟ ପରିବାରଙ୍କୁ ପଲିଥିନ୍ ପାଲ, ଗ୍ରୋସରୀ ସାମଗ୍ରୀ, ମସାରୀ, ଟର୍ଚ୍ଚ ଓ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରାଯାଇଛି ।
ଶ୍ରୀ ବିଶ୍ଵାଳଙ୍କ ସହିତ ନତକାଇ ପଞ୍ଚାୟତର ସରପଞ୍ଚ ଜୟଦେବ ରାଉତ, ବିଜେଡ଼ି ପଞ୍ଚାୟତ ସଭାପତି କେଶବ ବିଶ୍ଵାଳ, ସନ୍ତୋଷ ରାଉତ, କେନ୍ଦୁପାଟଣାର ପୂର୍ବତନ ସମିତିସଭ୍ୟ ଶୁକଦେବ ସେଠୀ, ଜିଗ୍ନୀପୁର ବିଜେଡ଼ି ଯୁବନେତା ତାପସ ଦାସଙ୍କ ସମେତ ବହୁ ବିଜେଡ଼ି ପ୍ରତିନିଧି ଓ ନେତୃବୃନ୍ଦ ଉପସ୍ଥିତ ଥିଲେ ।