୨ ହଜାରରୁ ଊର୍ଦ୍ଧ୍ଵ କିଲୋମିଟର ଖାଲି ପାଦରେ ଚାଲିବେ ତିନି ଆୟ୍ୟାପା ଶ୍ରଦ୍ଧାଳୁ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ଠାରୁ କେରଳର ଶାବରୀ ମାଳା ଅଭିମୁଖେ ଗୁଣୁପୁର ସହରର ଜେ. ଭେଙ୍କେଟି ରାବଣା, ଓ ଭି ଶ୍ରୀନୁ ଏବଂ ରାଜେନ୍ଦ୍ର ନାୟକ ଏହି ତିନି ଜଣ ଆୟ୍ୟାପା ଶ୍ରଦ୍ଧାଳୁ ଖାଲି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଗୁଣପୁର ଆୟ୍ୟାପା ମନ୍ଦିରରେ ଇପିଲ୍ ମାନିସର୍ମା ଗୁରୁଙ୍କ ଦ୍ୱାରା ଆୟ୍ୟାପା ମାଳା ଧାରଣ କରି ଆୟପ୍ପା ମନ୍ଦିରରେ ବିଭିନ୍ନ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରାଯାଇଥିଲା। ପାଦ ଯାତ୍ରା ଆରମ୍ଭରେ ପ୍ରଥମେ ବଂଶଧାରା ନଦୀ କୂଳରେ ଅବସ୍ଥିତ ଅନୁମାନ ଙ୍କୁ ଦର୍ଶନ କରିଥିଲେ । ସେମାନଙ୍କୁ ଗୁଣୁପୁର ସହରରେ ଥିବା ଆୟ୍ୟାପା ସ୍ଵାମୀ ଭକ୍ତ ଏବଂ ମାଳା ଧାରଣ କରି ଦୀକ୍ଷା ନେଇଥିବା ସ୍ଵାମୀ ମାନେ ମଧ୍ଯ ପୂଜାର୍ଚ୍ଚନା ରେ ସାମିଲ୍ ହୋଇ ଯାତ୍ରା ସଫଳ ନିମନ୍ତେ ଆୟପ୍ପା ସ୍ୱାମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏବଂ ପାଦ ଯାତ୍ରା ରେ କେରଳ ଯାଉଥିବା ୩ ଜଣ ସ୍ଵାମୀ ଆୟ୍ୟାପା ଭକ୍ତଙ୍କ ଯାତ୍ରା କିପରି ସୁରୁଖୁରୁରେ ସଫଳ ହୋଇପାରିବ ସେଥିନିମନ୍ତେ ସ୍ଥାନୀୟ ଆୟ୍ୟାପା ଭକ୍ତ ମାନେ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଥିବା ନେଇ ଅନନ୍ତ ଗୁରୁ ସ୍ଵାମୀ ଏବଂ ଇପିଲ୍ ମାନିସର୍ମା ଗୁରୁ ସ୍ଵାମୀ କହିଛନ୍ତି। ସେମାନେ କେଉଁଠି ରାତ୍ରି ଯାପନ କରିବେ ଏବଂ କେଉଁଠି ଭୋଜନ କରିବେ ତାହା ମଧ୍ୟ ଯୋଜନା କରାଯାଇଛି ଏବଂ ଯେ କୌଣସି ସମସ୍ୟା ଉପୁଜିଲେ କିପରି ସାହାଯ୍ଯ କରାଯିବ ସେଥିପାଇଁ ମଧ୍ଯ ଆମେ ପ୍ରସ୍ତୁତ ରହିଛୁ ବୋଲି ସ୍ଥାନୀୟ ଆୟ୍ୟାପା ଭକ୍ତ ମାନେ କହିଛନ୍ତି।