ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଥାନାକୁ ଆସୁଥିବା ଲୋକଙ୍କ ପାନୀୟଜଳ ସମସ୍ୟାକୁ ଆଖିଆଗରେ ରଖି ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଆଜି ବେଲଗୁଣ୍ଠା ଥାନା ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଯୋଗାଇ ଦେଇଥିଲେ l ଏହାକୁ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରୋଟାରୀ କ୍ଲବର 23/24 ରୋଟାରୀ ବର୍ଷ ସଭାପତି ସନତ କୁମାର ସୁବୁଦ୍ଧି, 25/26 ରୋଟାରୀ ବର୍ଷ ସଭାପତି ରଞ୍ଜିତ କୁମାର ବାରିକ,ଭି ଦେବୀପ୍ରସାଦ ପାତ୍ର,ମଧୁସୂଦନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ରବୀନ୍ଦ୍ର ପାଣିଗ୍ରହ, ରାମଚନ୍ଦ୍ର ମିଶ୍ର, ଦିଲ୍ଲୀପ ରାଜୁ, ସୁଶାନ୍ତ ବେହେରା, ସନ୍ତୋଷ ପାତ୍ର ,ପବିତ୍ର ପ୍ରଧାନ, ଯୋଗ ଦେଇଥିବାବେଳେ ବେଲଗୁଣ୍ଠା ଥାନାର ଏସ ଆଇ ଅଭୟ ପ୍ରଧାନ ଓ ନାରାୟଣ ନାୟକ, ଏ ଏସ ଆଇ ଜୋଛନାରାଣୀ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ବେଲଗୁଣ୍ଠା ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.