ନବରଙ୍ଗପୁର ୨୫.୧୦ : ଅଶୋକ ସାହୁ, ଶାସକ ପ୍ରଶାସକ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗୀତା ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟ୍ଟା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖ କୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ରୂପେ ପାଳନ କରାଯାଏ | ପ୍ରକାଶ ଥାଉକି, ଓଡ଼ିଶାରେ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ର ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହ ନାହିଁ ନ ଥିବା କ୍ଷୟକ୍ଷତି ର ସମ୍ମୁଖୀନ ହୋଇଥିଲା l ଏହି ବର୍ଷ ମଧ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସ୍ତରରେ ପାଳନ କରିବା ପାଇଁ ରାଜ୍ଯ ସରକାର ନିଷ୍ପତି ନେଇଛନ୍ତି | ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ର ମୁଖ୍ୟ ଆଲୋଚନା ର ପ୍ରସଙ୍ଗ “ ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା ”| ଏହି ଦିବସ ରେ ପଞ୍ଚାୟତ ସ୍ତରୀୟ ସମସ୍ତ ନିର୍ବାଚିତ ପ୍ରତିନିଧି, ଛାତ୍ର ଓ ଛାତ୍ରୀ, ବିଭିନ୍ନ ସ୍ଵେଛାସେବୀ ସଂଗଠନ, ବିଭିନ୍ନ ଗୋଷ୍ଠୀ ସଂଗଠନ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଜଡ଼ିତ କରି, ଯାହାକି ପ୍ରାକୃତିକ ବିପର୍ଯ୍ୟୟ ଏବଂ ତାହାର ପରିଚାଳନା ବିଷୟରେ ସଚେତନତା ବୃଦ୍ଧି କରିବାରେ ଅଧିକ ପ୍ରଭାବ ପକାଇବ | ଏହି ଅବସରରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା,
ଜିଲ୍ଲା କ୍ରୀଡା ଅଧିକାରୀ ଅଶ୍ୱିନୀ ମାଝୀ , ସହକାରୀ ଜିଲ୍ଲାପାଳ, ପ୍ରତିଷ୍ଠାନ ବିନାୟକ ଖାଡ଼ଙ୍ଗା,
ସହକାରୀ ଜିଲ୍ଲାପାଳ ରାଜସ୍ବ ଆଶୁତୋଷ ପାତ୍ର ପ୍ରକାଶିନୀ ଚୌଧୁରୀ, Govt. U.G H. ଝାଡବନ୍ଧଗୁଡା ,ସଚିନ ସଦଗୋପନ, SS H School, ଉମରକୋଟ କାର୍ଯ୍ୟ ସମ୍ପାଦନ କରିଥିଲେ l ଏହି ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ର ସହ ଏଥିରେ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗିଙ୍କୁ ଆଗାମୀ ୨୯ ଅକ୍ଟୋବର ୨୦୨୪ ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଦିନ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ, ଗଗନ କୁମାର ବିଶୋଇ, ଅଜୟ କୁମାର ନାୟକ, ଅଭିନାଶ ପାତ୍ର, ମୋବିନା ସୁଲତାନା, ରାମକୃଷ୍ଣ ପୂଜାରୀ, ପ୍ରଫୁଲ୍ଲ କୁମାରୀ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.