ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବ ରିଂ ରୋଡ଼

0

ବାରିପଦା(ଦିଲ୍ଲୀପ ମହାନ୍ତି )- ସାଧାରଣ ନିର୍ବାଚନର ବିଗୁଲ୍ ବାଜିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିଦ ଭାଙ୍ଗିବାକୁ ବସିଛି । ବାରିପଦାବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀରେ ଆଡ଼ିବନ୍ଧ(ରିଂ ରୋଡ଼) ନିର୍ମାଣ ମନେ ପଡ଼ିଛି ଏବଂ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ଏବଂ ଏବିଷୟରେ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ଏକ ବିକଶିତ ବାରିପଦା ମୋର ଦୃଢ଼ ସଙ୍କଳ୍ପ ନାରା ବାସ୍ତବରେ ପରିଣତ ହେବାକୁ ଯାଉଛି । ପ୍ରକାଶ ଥାଉକି, ଗତ ୨୦୧୮ ଅକ୍ଟୋବର ୨୮ରେ ବାରିପଦା ପୌରପରିଷଦର ମଧୁବନ ଉନ୍ନୟନ କମିଟି ଓ ସିନିୟର ସିଟିଜେନ ଫୋରମ୍ ଭୂବନେଶ୍ୱର ଯାଇ ନବୀନ ନୀବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତ କରି ବାରିପଦା ପୌରପରିଷଦର ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକ ପତ୍ର ପ୍ରଦାନ ସହିତ ଆଳାପଆଲୋଚନା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଏମାନଙ୍କର ଦାବିଗୁଡ଼ିକୁ ଗୁରୁତ୍ତର ସହିତ ବିଚାରକୁ ନେଇ ସମାଧାନର ସୂତ୍ର ବାହାର କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ବର୍ତ୍ତମାନ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଯାଇ ଆଡ଼ିବନ୍ଧ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

 

Leave A Reply

Your email address will not be published.