ଅକ୍ଟୋବର ୨୧ ଓ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

0
  • • ୧୮ତାରିଖରୁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା

  • • ପ୍ରତ୍ୟେକ ଦିବସ ପାଇଁ ପଞ୍ଜୀକରଣ କରିଥିବା ସର୍ବାଧିକ ୧୦୦୦ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇପାରିବେ।

  • • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା

 

ଭୁବେନେଶ୍ୱର- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଚଳିତ ଅକ୍ଟୋବର ୨୧ ତାରିଖ (ସୋମବାର) ଓ ଅକ୍ଟୋବର ୨୮ ତାରିଖ (ସୋମବାର)ରେ ଦିବା ୧୧ ଘଟିକା ସମୟରୁ ୟୁନିଟ-୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଦୁଇଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅକ୍ଟୋବର ୧୮ ତାରିଖ ଦିବା ୧୧ଘଟିକା ଠାରୁ ଆରମ୍ଭ ହେବ ଏବଂ ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିବସ ନିମନ୍ତେ ସର୍ବାଧିକ ୧୦୦୦ଜଣପଞ୍ଜୀକରଣକରିପାରିବେ, ଯେଉଁମାନେ କି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତିସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ। ଏ ସଂପର୍କରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.