(ମାହାଙ୍ଗା – ଶାସକ ପ୍ରଶାସକ): ଓଡିଆ ଗୀତିନାଟ୍ୟ ଜଗତର ମଉଡମଣୀ, ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମମାଟି କୋଠପଦା ଠାରେ ଉଦଘାଟିତ ହୋଇଯାଇଛି l ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ୧୪ ଦିନ ବ୍ୟାପୀ ଆୟୋଜିତ ଏହି ସାରସ୍ୱତ ସମାରୋହକୁ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିବା ସହିତ ପ୍ରକାଶ କରିଥିଲେ କି ଗଣକବିଙ୍କ ସାହିତ୍ୟରେ ସାଧାରଣ ତେଲଲୁଣ ଦୁନିଆଁର ମେହେନତି ମଣିଷର ଜୀବନ୍ତ ଚିତ୍ର ପ୍ରତିଫଳିତ ହୋଇପାରିଛି l ଉକ୍ତ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଯୋଗ ଦେଇ ଗଣକବିଙ୍କ ସ୍ମୁତିରେ ଜନ୍ମପୀଠରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ କବିଙ୍କ ପରିବାର କିମ୍ବା କେହି ବଦାନ୍ୟ ବ୍ୟକ୍ତି ଜମି ଦାନ କଲେ ଏହା ଜାତି ପାଇଁ ଉତ୍ସର୍ଗ ହେବ ବୋଲି କହିଥିଲେ l ଏହି ଅବସରରେ କୋଠପଦା ବଜାରରେ ପାଣିକବିଙ୍କ ସ୍ମୁତିରେ ନିର୍ମିତ ହେବାକୁ ଯାଉଥିବା ସଂଗ୍ରହାଳୟ ପାଇଁ ଶିଳାନ୍ୟାସ କରାଯାଇଥିଲା l ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣକବି ସାହିତ୍ୟ ସଭାରେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କ ବହୁମୁଖୀ ପ୍ରତିଭାର ମୂଲ୍ୟାୟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ, ସମ୍ମାନିତ ବକ୍ତା ଭାବେ ମାହାଙ୍ଗା ବିଡ଼ିଓ ସନ୍ତୋଷ କୁମାର ଜେନା ଏବଂ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଯୋଗଦେଇଥିଲେ l ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାରସ୍ୱତ ସାଧକ, ଗବେଷକ, ସାମ୍ବାଦିକ ମାନେ ଯୋଗଦେଇଥିଲେ l ସାମାଜିକ କର୍ମୀ ନିରଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ପ୍ରତାପ ନାୟକ ଅଜୟ କୁମାର ସ୍ୱାଇଁ, ନଗେନ ବେହୁରା,ପ୍ରଭାତ କୁମାର ଘଡେଇ,ରାଜେଶ ବେହେରା, କ୍ଷୀରୋଦ ଦାଶ, ଗୌରୀଶଙ୍କର ମହାପାତ୍ର,ସୁଶାନ୍ତ ଦାସ, ବିଶ୍ୱରଂଜନ ମହାନ୍ତି, ଜଗନ୍ନାଥ ପଣ୍ଡା,ବିକ୍ରମ ରାଉତ, ରଞ୍ଜନ କୁମାର ଦାସ, ସନ୍ତୋଷ ସ୍ୱାଇଁ,ବାସବ ବେହେରା, ଦେବେନ୍ଦ୍ର ଜେନା, ଉମେଶ ରାଉତ, ବିଜୟ ପୃଷ୍ଟି, ସନାତନ ବିହାରୀ, କେଦାରେଶ୍ୱର ପୁହାଣ, ରଞ୍ଜନ ପୃଷ୍ଟି,ଭରତ ଯେନା,ଅଜୟ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.