ଜଳ ସେଚନ ପ୍ରକଳ୍ପ ସ୍ଥାପନ କରି ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଚାଷୀ ମହଲ ରେ ଦାବି l

0

ଝାରବନ୍ଧ -ମନୋହର ଦାଶ:  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନ ରେ 14 ଗୋଟି ପଞ୍ଚାୟତ ଓ ତହସିଲ କାର୍ଯ୍ୟାଳୟ ରହିଛି l ଏଥିରେ ପାଖାପାଖି 25 ହଜାର ରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ରହିଥିବା ବେଳେ ସେଥିରୁ ଅଧାରୁ ଅଧିକ ହେକ୍ଟର ଜମି କୁ ଖରିଫ ଋତୁ ରେ ବିଭିନ୍ନ ଉତ୍ସ ରୁ ଜଳ ସେଚନ ସୁବିଧା ବ୍ୟବସ୍ଥା ରହିଛି ବୋଲି ସରକାରୀ ରିପୋର୍ଟ ରେ ଉଲ୍ଲେଖ ରହିଛି l ହେଲେ ବାସ୍ତବ ରେ ତାହା ଓଲଟା ରହିଥିବା ସାଧାରଣ ରେ ଅଭିଯୋଗ ହେଉଛି l ସ୍ୱାଧୀନତା ର 78 ବର୍ଷ ବିତିଯାଇଥିଲେ ସୁଦ୍ଧା ଵର୍ତମାନ ପର୍ଯ୍ୟନ୍ତ ଅନେକ ଗ୍ରାମ ର ଚାଷ ଜମି କୁ ଜଳ ସେଚନ ସୁବିଧା ବ୍ୟବସ୍ଥା ହୋଇ ପାରିନାହିଁ l ସରକାର ଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ହେଉ କିମ୍ବା ଉଠା ଜଳସେଚନ ନିଗମ ବିଭାଗ ସହାୟତା ରେ ଚାଷ ଜମିରେ ଜଳ ସେଚନ ସୁବିଧା ପାଇଁ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ୍ୟ ତାହା ଝାରବନ୍ଧ ବ୍ଲକ ଅଞ୍ଚଳ ରେ ବିଭିନ୍ନ କାରଣ ଯୋଗୁଁ ବିଫଳ ହୋଇଛି l ଜମିରେ ଜଳସେଚନ ସୁବିଧା ଦେବା ଚାଷୀ ଙ୍କ ଏକ ମୌଳିକ ଆବଶ୍ୟକତା କୁ ସରକାର ଦୃଷ୍ଟି ନ ଦେବା କାରଣ ରୁ ଅନେକ ଦଶନ୍ଦି ଧରି ଝାରବନ୍ଧ ବ୍ଲକ ର ଲଉଡ଼ିଦର୍ହl ପଂଚାୟତ, ଭଇସାଦରହା ପଞ୍ଚାୟତ ଅଞ୍ଚଳ ର ଚାଷୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳ ସେଚନ ସୁବିଧା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି l ଜଳ ସେଚନ ସୁବିଧା ର ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ଲଉଡ଼ିଦର୍ହl ଓ ଭୈସାଦର୍ହା ଅଣ ଜଳ ସେଚିତ ପଞ୍ଚାୟତ ର ଚାଷୀ ମାନେ ପ୍ରତିବର୍ଷ ମରୁଡି ର ସାମ୍ନା କରୁଥିବା ଅଭିଯୋଗ ହେଉଛି l ପାଖରେ ଚିର ସ୍ରୋତା ଚିରାଲ ନାଲା ଥାଇ ଜଳ ଅଭାବ ରୁ ଚାଷୀ ମରୁଡି ର ସାମ୍ନା କରିବା ଦୁର୍ଭାଗ୍ୟ l ଝାରବନ୍ଧ ବ୍ଲକ ର 14 ଗୋଟି ପଞ୍ଚାୟତ ମଧ୍ୟ୍ୟରେ ଲଉଡ଼ିଦରହା, ଭୈସାଦର୍ହା ପଞ୍ଚାୟତ ର 90 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବନ ଯାପନ କରନ୍ତି l କିନ୍ତୁ ଜମିରେ ଜଳସେଚନ ର କୌଣସି ପ୍ରାକୃତିକ ଉତ୍ସ ନ ଥିବା କାରଣ ରୁ ଅଞ୍ଚଳ ର ଚାଷୀ ମାନେ ପ୍ରତିବର୍ଷ ମରୁଡି ର ସାମ୍ନା କରିଥାନ୍ତି l ସରକାର କୃଷି ଓ କୃଷକ ର ଉନ୍ନତି ପାଇଁ ଅନେକ ଯୋଜନା ହାତକୁ ନେଉଥିବା ବେଳେ ଏହି ଦୁଇ ପଞ୍ଚାୟତ ର ଚାଷୀ ଙ୍କ ଜମିରେ ଜଳ ସେଚନ ସୁବିଧା ପାଇଁ ଜଳ ସେଚନ ପ୍ରକଳ୍ପ ନିକଟସ୍ତ ଚିର ସ୍ରୋତା ଚିରାଲ ନାଳ ରେ ସ୍ଥାପନ କରି ଜଳ ସେଚନ ପ୍ରକଳ୍ପ ବ୍ୟବସ୍ଥା କରିବା ପାଇଁ ସରକାର ଙ୍କ ନିକଟ ରେ ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି l ଏଥିପ୍ରତି ସରକାର ଦୃଷ୍ଟି ଦେଇ ଜଳ ସେଚନ ପ୍ରକଳ୍ପ ବିଷୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି l

Leave A Reply

Your email address will not be published.