ପୁରୀ (ଅନିମେଶ ପଟ୍ଟନାୟକ): କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରକୁ ପୁଣି ଫେରିଛି ଚାରି ଦ୍ୱାର ପ୍ରବେଶ କଟକଣା । ତେବେ ଏହି କଟକଣା କାର୍ତ୍ତିକ ମାସ ପାଇଁ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କାର୍ତ୍ତିକ ବ୍ରତଧାରୀଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରେ ରଖି ଆସନ୍ତାକାଲି ଠାରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବାକୁ ସ୍ଥିର କରାଯାଇଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ସୂଚନା ରହିଛି । ତେବେ ସିଂହଦ୍ୱାରରେ ପ୍ରସ୍ଥାନକୁ ସମ୍ପୂଣ୍ଣ ଭାବେ ବାରଣ କରାଯାଇଛି । ଅନ୍ୟପଟେ ସେବାୟତ ଓ ସେବାୟତ ପରିବାର ସଦସ୍ୟଙ୍କୁ ଏ ନିୟମ ଲାଗୁ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.