(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୧୫/୧୦, ଆଜି ସ୍ଥାନୀୟ ଖଲ୍ଲିକୋଟ ର ଭସାଣି ଉତ୍ସବ ରେ ଦୁର୍ଗା ଦୁର୍ଗତୀ ନାଶିନୀ ଙ୍କୁ ଵିଦାୟଦେବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।
ଚଳଚଞ୍ଚଳ ହୋଇଉଠୁଛି ଖଲ୍ଲିକୋଟ ସହର। ଢୋଲ ବାଜା, ଡିଜେ ର ତାଳେତାଳେ ନୃତ୍ୟ କରୁଛନ୍ତି ଯୁବକ ଦଳ,ତା ସାଙ୍ଗକୁ ମାତିଛନ୍ତି | କୁନି କୁନି ପିଲା ମାନଙ୍କ ଅସରନ୍ତି ଭଣ୍ଡାର ର ଅକୁହା କଥା ଓ ମନମତାଣିଆ ନାଚ । ଦୀର୍ଘ
ତିନି ଦିନ ବ୍ୟାପୀ ଦଶହରା ରେ ପୂଜା ପାଉ ଥିବା ଦଶଭୁଜା ମହାମାୟୀ ଙ୍କ ଭସାଣି ଯାତ୍ରା ରେ , ଖଲ୍ଲିକୋଟ ର ବଡ଼ଦାଣ୍ଡ ସାହି ମେଢ଼, ଧରାକୋଟ ସାହି ର ମେଢ଼ ପ୍ରଭୃତି ବିଭିନ୍ନ ସାହି ଦେଇ ମହାଆଡମ୍ବରରେ ଭ୍ରମଣ କରିଥିଲେ। ଖଲ୍ଲିକୋଟ ର ଐତିହ୍ୟ ପୀଠ ମାଵାହୁତୀ ଠାକୁରାଣୀ ଙ୍କ ଆଜ୍ଞା ମାଳ ରେ ହିଁ ପ୍ରଥମେ ଯାତ୍ରାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବା ଜଣାପଡ଼ିଛି। ଆଜିର ଏ ଭସାଣି ଉତ୍ସବ ମହାସମାରୋହରେ ସମସ୍ତ ଖଲ୍ଲିକୋଟ ବାସୀ
ନିଜର ଭେଦଭାବ ଭୁଲି ଏକାକାର ହୋଇ ସହଯୋଗ କରିଥିଲେ। ଅନ୍ୟ ପକ୍ଷରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନତା ରେ ପୁରୁଷ ପୋଲିସ ଓ ମହିଳା
ପୋଲିସ୍ କର୍ମଚାରୀ ମାନେ ସମ୍ପୂର୍ଣ କର୍ତ୍ତବ୍ୟ ନିଷ୍ଠାର ସହିତ ନିଜନିଜ ଦାୟୀତ୍ବ ବହନକରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କହିବାକୁ ଗଲେ ଖଲ୍ଲିକୋଟ ର ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା।