୨ଦଫା ଦାବି ନେଇ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ମାନେ ବ୍ଲକ ଶିକ୍ଷାଅଧିକାରୀ ଅଫିସ ଶମ୍ବୁଖରେ ଧାରଣା

0 2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସଦର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଶମ୍ବୁଖରେ ଧାରଣା ଆଜି ସକାଳ ୧୦ ଘଣ୍ଟା ସମୟ ଠାରୁ ବ୍ଲକ୍ ସଭାପତି ଦାମୋଦର ଚନ୍ଦନ ଓ ସଂପାଦକ ନିତ୍ୟାନନ୍ଦ ରଣା ଙ୍କ ନେତୃତ୍ବ ରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ଜିଲ୍ଲା ଏକ୍ସ-କ୍ୟାଡ଼ର ସଂଘ ର କର୍ମକର୍ତ୍ତାଙ୍କୁ ନେଇ ଭବାନୀପାଟଣା ବ୍ଲକ୍ ସରକାରୀ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡ଼ର) ପକ୍ଷରୁ ନିମ୍ନରେ ଲିଖିତ ଦୁଇ ଦଫା ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଜାରି ରହିଛି। ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦାବୀ ମୁତାବକ ସରକାରୀ କର୍ମଚାରୀ ଙ୍କ Group insurance ବାବଦକୁ ୨୦,୦୦୦ ଟଙ୍କା ତାଙ୍କ ଦରମାରୁ ଦୁଇଥର କରି (୭୫୦୦ ଓ ୧୨୫୦୦) କଟାଗଲା। ପ୍ରଥମେ କଟା ଯାଇଥିବା ୭୫୦୦ ଟଙ୍କା GIS ରୂପେ ଜମା କରି ଦେଇଛନ୍ତି କିନ୍ତୁ ଦ୍ୱିତୀୟ କିସ୍ତି ନଭେମ୍ବର ୨୦୨୧ ରେ କାଟିଥିବା ୧୨୫୦୦ ଟଙ୍କା ଜମା ନ କରି ହଡ଼ପ କରିଛନ୍ତି, ଯାହାଦ୍ଵାରା ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ଘଟିଲେ ମୃତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପରିବାର କୁ insurance ବାବଦକୁ ପାଇବାକୁ ଥିବା ଚାରି ଲକ୍ଷ ଟଙ୍କା ବଦଳରେ କେବଳ ଦେଢ଼ ଲକ୍ଷ ଟଙ୍କା ହିଁ ମିଳୁଛି। ବ୍ଲକ୍ ଓ ଜିଲ୍ଲା ଶିକ୍ଷା ବିଭାଗ ର ଅବହେଳା ଓ ମନମୂକ୍ଷୀ କାର୍ଯ୍ୟକଳାପ ଯୋଗୁଁ ମୃତ ଶିକ୍ଷକଙ୍କ ପରିବାର ଆଜି insurance ବାବଦକୁ ପାଇବା କୁ ଥିବା ଆହୁରି ଅଢେଇ ଲକ୍ଷ ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି
ସରକାରୀ କର୍ମଚାରୀ ଙ୍କ ଭବିଷ୍ୟତ ଜୀବନ କୁ ଆଖି ଆଗରେ ରଖି NPS scheme ଲାଗୁ ହୋଇଛି । ସେଥିରେ ପ୍ରତିମାସରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦରମାର ୧୦% NPS ବାବଦକୁ କଟାଯାଇଥାଏ ଏବଂ ତାଙ୍କ ଦରମାର ୧୪% ସରକାରୀ ଅଂଶଧନ ସେଥିରେ ମିଶି ଉଭୟ ଟଙ୍କା ସରକାରୀ କର୍ମଚାରୀ ଙ୍କ PRAN ଆକାଉଣ୍ଟ୍ ରେ ଜମା ହୁଏ। ତାହାକୁ କର୍ମଚାରୀ ଅବସର ଗ୍ରହଣ ପରେ pension ଆକାର ରେ ପାଇ ଥାଆନ୍ତି। ଏ ଦୃଷ୍ଟି ରୁ ଦେଖିଲେ NPS diposit କରିବା ର କେତେ ଆବଶ୍ୟକତା ରହିଛି ତାହା ଅନୁମାନ କରି ହେଉଛି। କିନ୍ତୁ ଭବାନୀପାଟଣା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ଏହାର ବ୍ୟତିକ୍ରମ ଘଟିଛି ଏଠାରେ NPS ବାବଦକୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦରମା ର ୧୦%ଟଙ୍କା କାଟି ଦିଅନ୍ତି କିନ୍ତୁ ତାକୁ ମାସ ମାସ ଧରି ଜମା କରନ୍ତି ନାହିଁ। ଗତ ୨୦୨୪- ଏପ୍ରିଲ୍, ମଇ ଓ ଜୁନ ତିନି ମାସର ଦରମାରୁ ଚାରି ଟି କିସ୍ତି ଯଥା -ଏପ୍ରିଲ, ମଇ, ଜୁନ୍ -୨୦୨୪ ଓ ଏପ୍ରିଲ୍-୨୦୧୭ ପାଇଁ NPS Share କାଟିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାକୁ ଜମା କରାଯାଇ ନାହିଁ। କାର୍ଯ୍ୟାଳୟ ର କିଛି କର୍ମଚାରୀଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଏଥିପାଇଁ ଦାୟୀ। ଆପଣଙ୍କୁ ମନେ ପକାଇ ଦେଉଛୁ,ଏଥି ପୂର୍ବରୁ ସୂଚିଶ୍ମିତା ସୁଆର୍ ନାମକ ଜଣେ ମହିଳା କର୍ମଚାରୀ ଏମାନଙ୍କ ଦରମା ହଡ଼ପ କରି ବର୍ତ୍ତମାନ ଜେଲ୍ ରେ ଅଛନ୍ତି। ତାପରେ ମଧ୍ୟ ଏ କର୍ମଚାରୀଙ୍କ ଆଚରଣରେ ପରିବର୍ତ୍ତନ କିଛି ଆସୁ ନାହିଁ।
ଏ ସମସ୍ୟାର ସମାଧାନ ପାଇଁ ଅନେକଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ସେମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି। ଆଶା ରଖିଛନ୍ତି ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବ ଓ ଖୁବ୍ ଶିଘ୍ର ତାଙ୍କ ସମସ୍ୟାର ସମାଧାନ କରିବ

Leave A Reply

Your email address will not be published.