ବୋରଡ଼ା ମିଲକି ଅଞ୍ଚଳ ର ଦେବି ମା ଡୁକ୍ରିବୁଡିଙ୍କ ଛତର ଯାତ୍ରା

0 1

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଲାହାଣ୍ଡିର ଲୋକ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଅଭିଚାର ତନ୍ତ୍ର ଧାରାରେ ଉପାସିତ ଦେବାଦେବୀ ମାନଙ୍କ ଯଥେଷ୍ଟ ପ୍ରଭାବ ପରିଲକ୍ଷିତ ହୁଏ । ପ୍ରାଚୀନ ଭାରତୀ ଧର୍ମ ପରମ୍ପରାର ଅଭିଛେଦ ଅଙ୍ଗ ‘ଅଭିଚାର’ ତନ୍ତ୍ର ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି ଧାରାର ଏକ ସର୍ବମାନ୍ୟ ଦେବୀ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ଡୁକ୍ରୀ ବୁଢ଼ୀଙ୍କ ଛତର ଯାତ୍ରା,ଭବାନୀପାଟଣା ସଦର ବ୍ଲକ ବୋର୍ଡ ମିଲକୀ ଅଞ୍ଚଳର ଅଧୃଷ୍ଠାତ୍ରୀ ଦେବୀ ମା ଡୁକ୍ରୀ ବୁଢ଼ୀ ବୈଦିକ ଧର୍ମଧାରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପୂଜା ପାଇଥାନ୍ତି | ମା ଡୁକ୍ରୀ ବୁଢ଼ୀଙ୍କ ମନ୍ଦିରରେ ବିଭିନ୍ନ ପର୍ଯ୍ୟାୟରେ ପୂଜାର୍ଚନା ପରେ ଅପରାହ୍ନ ୨। ୩୦ମିନିଟରେ ମା ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିରରୁ ନଗର ଅଭିମୁଖେ ଯାତ୍ରା କରି | ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଦେବୀଙ୍କୁ ଦର୍ଶନ ଥାନ୍ତି । ବିଜୟ ଛତର ଯାତ୍ରା ପାଇଁ ବିଭିନ୍ନ ଗାଁରୁ ସାଂସ୍କୃତିକ ଦଳ ମାନେ ଭାଗ ନେଇଥାନ୍ତି I ତମାମ ମିଲକୀ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି
କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଥିବାବେଳେ ଅକ୍ଟୋବର ୧୩ ତାରିଖ ବିଜୟା ଦଶମୀ ଦିନ କଳାହାଣ୍ଡିର ସର୍ବମାନ୍ୟ ଦେବୀ ମା ଡୁକ୍ରୀ ବୁଢ଼ୀ ଛତର ଯାତ୍ରା ବୋର୍ଡ ଠାରେ ଅନୁଷ୍ଠିତ ହେଇଯାଇଛି ।
ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ମଙ୍ଗଳବାର ଦିନ ବେଳେ ଦେବୀଙ୍କ ଛତର ମନ୍ଦିର ଅଭିମୂଖେ ବାହାରି ଯାଇଥାଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡ଼ରେ ଠିଆ ହୋଇ ଧୂପଦୀପ ଜଳାଇ ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରି ମା’ଙ୍କ ନିକଟରେ ଆଶ୍ରୀବାଦ ଭିକ୍ଷା କରିବା ସହ ମାନସିକ କରିଥାନ୍ତି। ଦେବୀଙ୍କ ଛତର ଗାଁ ପରିକ୍ରମା କରି ମୁଖ୍ୟ ପୀଠକୁ ପହଞ୍ଚି ଥିଲା । ଛତର ଯାତ୍ରାର ଦଶରା ପୂଜା କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ ହେଇଯାଇଛି
ସଦର ବ୍ଲକ ଅଧକ୍ଷ ପ୍ରଫୁଲ କୁମାର ଡ଼ୁମରିଆ ସରପଞ୍ଚ ସହିତ ୧୧ ପଂଚାୟତର ସରପଞ୍ଚ ଓ ସମିତ ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିବାବେଳେ । ଚଳିତ ବର୍ଷ ପ୍ରାୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆଇ ଆର ବି ବାଟାଲିୟନ, ସ୍ଥାନୀୟ ପୋଲିସ ସହ କଳାହାଣ୍ଡି ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.