ଗୁଣୁପୁର ବ୍ରାହ୍ମଣ ସମାଜର 2ୟ ନଗର ସମ୍ମିଳନୀ

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁଯାଇ ଗତକାଲି ଗୁଣୁପୁର ବ୍ରାହ୍ମଣ ସମାଜର 2ୟ ନଗର ସମ୍ମିଳନୀ ଏବଂ ବଣଭୋଜି କାର୍ଯ୍ୟକ୍ରମ ଖୁବ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।   ଏଥିରେ ପନ୍ଦର ଶହ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ମାନଙ୍କର ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଉମା ଶଙ୍କର ଦାଶ ଅତିଥିଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ।  ବରିଷ୍ଟ ନାଗରିକ ଶ୍ରୀ ଗୌର ପ୍ରସାଦ ପାଢିଙ୍କ ସଭାପତିତ୍ୱରେ ଜ୍ୟୋତି ପ୍ରଜ୍ବଳନ କରାଯାଇ ଶୁଭ ଉଦ୍ଘାଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଡ଼.ପ୍ରଶାନ୍ତ ହୋତା। ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠକରିଥିଲେ। ଏହାପରେ ଜୋନାଲ କମିଟିର ସଦଷ୍ୟ ମାନଙ୍କ ପ୍ରସ୍ତାବ ମୁତାବକ 2019 ବର୍ଷ ନିମନ୍ତେ ଏକ ଅସ୍ଥାୟୀ  ନୂଆକମିଟିର ଘୋଷଣା କରାଯାଇଥିଲା।ଏହି ନୂତନ କମିଟିର ସଭାପତି ଭାବେ ଶ୍ରୀ ସଦାନନ୍ଦ ପଣ୍ଡା, ଉପସଭାପତି ଦ୍ବୟ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଓ ଶ୍ରୀ ରାଧା କୃଷ୍ଣ ପାଢ଼ୀ ସାଧାରଣ ସମ୍ପାଦକ ଦୁଇ ଜଣ ଯଥା – ଶୀ କୈଳାଶ ମିଶ୍ର ଓ ଶ୍ରୀ ଦୁର୍ଗା ପ୍ରଦଦ ପାଣିଗ୍ରାହୀ ଏବଂ ସହ-ସମ୍ପାଦକ ଦ୍ବୟ ଶ୍ରୀ କୃଷ୍ଣ ପ୍ରସାଦ ମିଶ୍ର ଓ ଶ୍ରୀ ଉନୁ ପାଢ଼ୀ ମନୋନୀତ ହୋଇଥିବାବେଳେ କୋଷଧକ୍ଷ ଭାବେ ଶ୍ରୀ ପଞ୍ଚାନନ ପଣ୍ଡା ଙ୍କୁ ଚୟନ କରାଯାଇଛି।ଉପଦେଷ୍ଟା କମିଟିରେ ବିଭିନ୍ନ ଜୋନ୍ ରୁ  ବୟସ୍କ ବ୍ରାହ୍ମଣ ମାନଙ୍କୁ ଚୟନ କରାଯାଇଥିଲା। କୁନି ଶିଶୁ ମାନଙ୍କ ଦ୍ଵାରା  ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ  ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରୀ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏତତ ବ୍ୟତୀତ ବ୍ରହ୍ମଣ ସମାଜ ମହିଳା ମାନଙ୍କ ଭୂମିକା କୁ ଗୁରୁତ୍ୱ ଦେବା ନିମନ୍ତେ ଗୁଣପୁର ନଗର କୁ ସମୁଦାୟ 20 ଟି ଜୋନରୁ ଶ୍ରୀମତୀ ଅମ୍ବିକାରାଣୀ ମହାପାତ୍ରଙ୍କ ତତ୍ଵବଧାନରେ ଏକ ମହିଳା ସମିତି ମଧ୍ୟ ଗଠନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ରୂପେ ଶ୍ରୀ ରଞ୍ଜିତ ପାଢ଼ୀ ଙ୍କ ତତ୍ୱାବଧାନ ରେ ବିନୋଦ ମହାପାତ୍ର, ସୁରେନ୍ଦ୍ରମିଶ୍ର ଓ ଅନ୍ୟାନ୍ୟ ଙ୍କ ସହଯୋଗ ରେ କରାଯାଇଥିଲା ।

Leave A Reply

Your email address will not be published.