ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଗୁଣପୁର ବ୍ଲକ ଘନାନ୍ତ୍ରୀ ଗ୍ରାମରେ ଶାରଦୀୟ ବନ୍ଧୁ ମିଳନ ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ବହୁଳ ମଫସଲ ଗାଁ ଘନାନ୍ତ୍ରୀ ର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ନିଯୁକ୍ତି, ପର୍ଯ୍ଯଟନ କ୍ଷେତ୍ରରେ କିଭଳି ସର୍ବାଙ୍ଗୀନ ଉନ୍ନତି ହବ ସେ ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅତିଥି ଭାବେ ଯୋଗଦେଇ ଗାଁ ର ବୁଦ୍ଧିଜୀବୀ ଗୋସେଇଁ ଶବର, ସୋମନାଥ ଶବର, ମାଲିକେଶ୍ଵର ଶବର ଓ ନିଳକଣ୍ଠ ଶବର ପ୍ରମୁଖ ଉଦଭୋଦନ ଦେଇ ଗାଁର ସବୁ ଘରେ ଯୁବକ ମାନେ ଅନ୍ଯୁନ୍ ବିଏ ପାସ୍ କରନ୍ତୁ ବୋଲି ଆହ୍ବାନ କରିଥିଲେ। ଚାକିରି ପାଇଁ ନହଲେ ମଧ୍ୟ ନିଜର ବୁଦ୍ଧିର ବିକାଶ ପାଇଁ ପାଠ ପଢନ୍ତୁ ଓ ନିଜର ବିକାଶ ସହ ଅଞ୍ଚଳ ପାଇଁ କାମ କରନ୍ତୁ ବୋଲି କହିଥିଲେ। ଏହି ସଭାରେ ନିଟ୍ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ପାଇଁ ଯୋଗ୍ଯତା ହାସଲ କରିଥିବା ମଧୁସ୍ମିତା ଶବରଙ୍କୁ ମୁମେଣ୍ଟୋ ଦ୍ବାରା ସମ୍ବର୍ଦ୍ଧନା ଜଣାଇବା ଅବସରରେ ଅନ୍ଯଥମ ଅତିଥି ଗୁଣପୁର ନବ ନିର୍ମାଣ ସମିତି ର ସାଧାରଣ ସମ୍ପାଦକ ରଂଜିତ ପାଢି ଙ୍କ ସମେତ ଅନ୍ଯ ଅତିଥି ମାନେ ମଧ୍ୟ ଉତ୍ସାହିତ କରିଥିଲେ। ସେହିପରି ଏହି ଗାଁ ର ଯୋଗ୍ଯ ସନ୍ତାନ ଭାବେ ଇଞ୍ଜୁରାମ ଶବର, କିଶୋର ଶବର, ବିଶ୍ବନାଥ ଗମାଙ୍ଗ, ପୁର୍ଣ୍ଣବାସୀ ଗମାଙ୍ଗ, ଲମ୍ବୋଧର ଶବର, ଅବସରପ୍ରାପ୍ତ ସେନା କର୍ମଚାରୀ ନୀଳାଦ୍ରି ଶବର, ରାମଚନ୍ଦ୍ର ଶବର, ବନ୍ଧୁ ଶବର, ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ବିଜୟ କୁମାର ଶବର, ପୁନିଆ ଶବର, ଅବସରପ୍ରାପ୍ତ ଅଙ୍ଗନୱାଡି କର୍ମଚାରୀ ଲଳିତା ବେବର୍ତ୍ତା, ଅର୍ଣ୍ଣପୁର୍ଣ୍ଣା ବେବର୍ତ୍ତା, ପ୍ରମିଳା ବେବର୍ତ୍ତା ଙ୍କୁ ଏହି ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହାପରେ ନିଜ ବକ୍ତବ୍ଯରେ ଇଞ୍ଜରାମ ନିଜଦ୍ବାରା ରଚିତ ପୁସ୍ତକର ତାଲିକା ପଢି ମୁଁ ପାଠ ପଢିଥିବାରୁ ଚାକିରିରୁ ଅବସର ପରେବି ଏସବୁ ଲେଖି ପାରିଛି ବୋଲି କହିଥିଲେ। ସମିତି ର ନୂଆ ସଭାପତି ଧର୍ମେନ୍ଦ୍ର ଶବର ଉଦେଶ୍ୟ ଜ୍ଞାପନ କରି ଗୁଣପୁର ବ୍ଲକରେ ସବୁଠାରୁ ଅଧିକ ସରକାରୀ କର୍ମଚାରୀ ଥିବା ଗାଁ ହୋଇ ଘନାନ୍ତ୍ରୀ ଆଜି ପଛେରେ ପଡିଥିବାରୁ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ରଖି ବିକାଶ କାମ କରିବା ଉପରେ ଯୋର ଦେଇଥିଲେ। ସାଧାରଣ ସମ୍ପାଦକ ଧରଣୀ ରଂଜନ ଶବର ଓ ସମ୍ପାଦକ ଭୁବନ ମୋହନ ଶବର ସଭାରେ ନିଜ ମତ ରଖିଥିଲେ। ଶେଷରେ କେତନ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ୩୦ ଜଣ ସଦଶ୍ଯ ଙ୍କୁ ନେଇ ଗ୍ରାମ ସମିତି ସଙ୍ଗଠନର ନବକଳେବର କରାଯାଇ ଥିଲା ଓ ରେଜିଷ୍ଟ୍ରେସନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଶବର, ନାରାୟଣ ଶବର, ନରେନ୍ଦ୍ର ଶବର, କେଶବ ଶବର, ପେଗାଇ ଶବର, ବଂଶୀଧର ଶବର, କ୍ଷେମେନ୍ଦ୍ର ଶବର, ୟୁନାଫ ଶବର ପ୍ରମୁଖ ସହଯୋଗ କରିଥିଲେ।