ସୋହେଲା ଦୁର୍ଗା ପୂଜା ଉପଲକ୍ଷେ ରଶିଟଣା ରେ ତାଳପଦର ଦଳ ଚମ୍ପିୟାନ

0 2

 ବିଜେପୁର :ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆଜି ଜନସାଧାରଣ ବିଜୟ ଉତ୍ସବ ପାଳନ କରୁଛନ୍ତି l କାରଣ ପ୍ରତି ବର୍ଷପରି ଦୁର୍ଗାପୂଜା ସୋହେଲା ଠାରେ ଅନୁଷ୍ଠିତ ହୋଉଥିବା ରଶିଟଣା ପ୍ରତିଯୋଗିତାରେ ଛଅ ଟି ଦଳ କୁ ପରାଜିତ କରି ଆଜି ଚମ୍ପିୟାନ ହୋଇଛନ୍ତି l ସମସ୍ତ ଖେଳାଳି ଫେରେବା ପରେ ତାଙ୍କୁ ପୁଷ୍ପମାଲ୍ୟା ଅର୍ପଣ କରି ସମର୍ଦ୍ଧନା ଜ୍ଞାପନ କରିଛନ୍ତି ତାଳପଦର ଗ୍ରାମବାସି l ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ଓ ପୂର୍ବତନ ବିଧାୟକ ମହମ୍ବଦ ରଫିକ ସମସ୍ତ ଖେଳାଳି ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଖେଳକୁ ବଜାୟ ରଖିବାକୁ କହିଥିଲେ l ଉକ୍ତ ଖେଳ କୁ ଆଗାମୀ ଦିନରେ କିପରି ଜ଼ିଲ୍ଲାସ୍ତରୀୟ ତଥା ରାଜ୍ୟସ୍ତରୀୟ କରାଯାଇ ପାରିବ ବୋଲି ଖେଳାଳି ମାନେ ଅତିଥି ମାନଙ୍କ ଆଗରେ ନିବେଦନ କରିଥିଲେ l ଖେଳକୁ ଅଶ୍ବିନୀ ପାତ୍ର ଏବଂ ତାଙ୍କ ସହଯୋଗୀ ପରିଚାଳନା କରିଥିଲେ l ସୋହେଲା ତଥା ଆଖାପାଖ ଅଂଚଳରେ ପାଞ୍ଚହଜାର ରୁ ଉର୍ଦ୍ଧ ଜନତା ରାଶିଟଣା ଖେଳକୁ ଉପଭୋଗ କରିବା ସହ ଖେଲିଙ୍କୁ ଉତ୍ସାହିତ କରିଥିଲେ l

Leave A Reply

Your email address will not be published.