କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

0 2

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 9/10 ଆସନ୍ତା ନଭେମ୍ବର ପହିଲା ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଗଠନ ଦିବସ କୁ ଚଳିତ ବର୍ଷ ବ୍ଲକ ଓ ଜିଲ୍ଲାସ୍ତରରେ ମହାସମାରୋହରେ ପାଳନ କିପରି କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରେ ସହରରେ ମସଲା ଶୋଭାଯାତ୍ରା, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା,ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରାରମ୍ଭରେ ସମସ୍ତ ଙ୍କୁ ସ୍ଵାଗତ ଜଣାଇ ବୈଠକ ର କାର୍ଯ୍ୟସୂଚୀ ଅନୁଯାଇ ଆଲୋଚନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ଜିଲ୍ଲାସ୍ତରୀୟ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପରବର୍ତ୍ତୀ ସମୟରେ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରି ଚୁଡାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯିବ ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ, ତ୍ରିଲୋଚନ ପାତ୍ର, ପି ଡି ଡୁଡା,ମୁନୀନ୍ଦ୍ର ହୋନନାଗା,ନିର୍ବାହୀ ଅଧିକାରୀ ପୌରପାଳିକା ସତ୍ୟ ସମ୍ପର୍ଣ୍ଣ। ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡେପୁଟି କଲେକ୍ଟର ଚନ୍ଦ୍ରଦାସ ମହାନଦୀଆ, ଜୟନ୍ତ ବେହେରା, ଶାନ୍ତନୁ କୁମାର ବେହେରା, ଉମେଶ ଚନ୍ଦ୍ର ଶତପଥି, ସତ୍ୟନାରାୟଣ ମହପାତ୍ର,ଭବାନୀ ଶଙ୍କର ନିଆଲ, ଅବଦୁଲ କାଦିର,ରବିପ୍ରସାଦ କାନୁନଗୋ,ପ୍ରଭାସ ଚନ୍ଦ୍ର ମିଶ୍ର,ଧନାନନ୍ଦ ପଣ୍ଡା ଙ୍କ ସମେତ ଡି ସି ସି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟଣା ଶ୍ରୀମତୀ ରାଉତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.