ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବୃକ୍ଷରୋପଣ ଏବଂ ଏହାର ସୁରକ୍ଷା ଦିଗରେ ଉଦ୍ୟମ ପାଇଁ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କୁ ଚଳିତ ବର୍ଷ ପ୍ରକୃତିବନ୍ଧୁ ପୁରସ୍କାର ମିଳିଛି I ପୁରସ୍କାର ବାବଦରେ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ମାନପତ୍ର ସହିତ ନଗଦ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି I ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଳା ସ୍ତରୀୟ ସତୁରୀ ତମ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମ ଅବସରରେ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ଏହି ପୁରସ୍କାର ମିଳିଛି I ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଖୋକରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ବ୍ରହ୍ମପୁର ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ସଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ୍ ଆଚାର୍ଯ୍ୟ,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଡିଏଫଓ ଦିଲ୍ଲୀପ ବାରିକ, ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post