ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୭୦ତମ ବନ୍ୟ ଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଗୁଣପୁର ମହାବିଦ୍ୟାଳୟ,ଗୁଣପୁରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ଉକ୍ତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଓ ଗୁଣପୁର ବନାଞ୍ଚଳଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ଶଶୀଭୂଷଣ ମହାନ୍ତି ଏହାକୁ ଉଦଘାଟନ କରିଥିଲେ । ଅଧ୍ୟାପକ ଅମୀୟ ରଂଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ବନ୍ଦିତା ଧୁରୁଆ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରିତ କରିଥିଲେ । ଗୁଣପୁର ବନାଞ୍ଚଳ ଫରେଷ୍ଟ ରେଞ୍ଜର ଶ୍ରୀ ଗଂଗାଧର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ନିଜର ମତାମତ ରଖିଥିଲେ । ସମ୍ମାନୀୟ ଅତିଥି ପ୍ରାକ୍ତନ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତା ଓ ଖାଦ୍ୟ ଶୃଙ୍ଖଳା ଉପରେ ତାର ପ୍ରଭାବ ବିଷୟରେ ବୁଝାଇଥିଲେ । ଛାତ୍ରୀ ଖିରାବ୍ଦୀ ତନୟା ପାଠୀ ,ପ୍ରୀତି ମହାକୁଡ଼ , କସ୍ତୁରୀ ମହାକୁଡ଼, ସଂଗୀତା ଶବର ଓ ଛାତ୍ର ବିଭୂତି ଗୌଡ଼ , ବିପିନି ଗୋମlଙ୍ଗ ନିଜ ନିଜର ସନ୍ଦର୍ଭ ଉପସ୍ଥାପନା କରିଥିଲେ | ଅଧ୍ୟାପିକା ନମିତା ମୁଦୁଲି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଅଧ୍ୟାପକ ଜିତେନ୍ଦ୍ର ବଡମୁଣ୍ଡି ଓ ସତ୍ୟବାନ ଗରଡ଼ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ଶତାଧିକ +୩ ଶ୍ରେଣୀର ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ମହାନ୍ତି ମୁଖ୍ୟ ଅତିଥିଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଥିଲେ ।