ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟଳୟ ରେ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅବସର ରେ ବନଖଣ୍ଡ ଅଧିକାରୀ ସନି ଖୋକର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ସଂଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଡି ସି ଏଫ୍ ଦିଲିପ ବାରିକ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ଏବଂ ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବେଲଗୁଣ୍ଠା ବ୍ଲକ ର ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା କୁମାରୀ ଦେବୀ ଙ୍କୁ ମୁଖ୍ୟ ବନ ସଂରକ୍ଷକ ଡା ସଞ୍ଜୟ ସ୍ୱାଇଁ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଭଞ୍ଜନଗର ସବ ଡ଼ିଭିଜନ ସକାଶେ ବରିଷ୍ଠ ସ୍ୱେଚ୍ଛା ସେବି ଏବଂ ବନ ସୁରକ୍ଷା ସମିତି ବଣିଆପଲ୍ଲି ର କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ ଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଏବଂ ବନ ପଶୁ ପକ୍ଷୀ ଙ୍କୁ ସୁରକ୍ଷା ଦେବାରେ ଜନ ସଚେତନତା ସୃଷ୍ଟି ସକାଶେ ୫୦୦୦ ଟଙ୍କା ପୁରସ୍କାର ସହିତ ମାନପତ୍ର ଉକ୍ତ କାର୍ଯ୍ୟକ୍ରମରେ ପ୍ରଦାନ କରାଗଲା।
Sign in
Sign in
Recover your password.
A password will be e-mailed to you.