କାର୍ଯ୍ୟରେ ଯୋଗଦେଲେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ

0 2

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟ ରେ ନୂତନ କନିଷ୍ଠ ଶିକ୍ଷକ ଅବିନାଶ ଜେନା,ହୀରଦେଇପୁର ପ୍ରାଥମିକ ବିଦ୍ୟାଳୟ ରେ ସତ୍ୟ ରଞ୍ଜନ ଦାଶ, ବଲଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଭାବତି ରାଉତ, ବକଳ ବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଦୀପ କୁମାର ସେଠୀ,ଚଡ଼କ ମରା ପ୍ରାଥମିକ ବିଦ୍ୟାଳୟ ରେ ଆକାଶ କୁମାର ରାଉତ, ବନ୍ଧାଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିପ୍ରା ଶତପଥୀ, କିରିଆ ଲାଞ୍ଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ଡି ଏମ ନୋଡାଲ ବେରୁଆଁବାରୀ ବିଦ୍ୟାଳୟରେ ଭବାନୀ ଦାଶ ପ୍ରମୁଖ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ରେ ୧୨ ଜଣ ନୂତନ କନିଷ୍ଠ ଶିକ୍ଷକ ( ସ୍କିମାଟିକ) ଯୋଗ ଦେବାକୁ ଥିବାବେଳେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ ( ସ୍କିମାଟିକ୍) ଯୋଗ ଦେଇଛନ୍ତି।

Leave A Reply

Your email address will not be published.