ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ” ସାମାଜିକ ବାସ୍ତବତାର ଜୀବନ୍ତ କାହାଣୀ : ଦାନାପାଣି” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟା ସୁପ୍ରିୟା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଲୋଚନା ଚକ୍ରର ମହତ୍ତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ମୁଖ୍ୟବକ୍ତା ଭାବରେ ଚିକିଟୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡଃ ସଂଜୟ କୁମାର ପଣ୍ଡା ଯୋଗଦେଇ ଗୋପୀନାଥ ମହାନ୍ତିଙ୍କ ଦାନାପାଣି ଉପନ୍ୟାସରେ ପ୍ରତିଫଳିତ ସାମାଜିକ ବାସ୍ତବତା ସଂପର୍କରେ ଆଲୋଚନା କରିଥିଲେ । ସମାଜ ସହିତ ମଣିଷ ଓତପ୍ରୋତ ଭାବେ ଜଡ଼ିତ । ସାମାଜିକ ଜୀବନରେ ମଣିଷ ଯେଉଁ ସବୁ ଘଟଣାର ସମ୍ମୁଖୀନ ହୁଏ ତାକୁ ଲେଖକଟିଏ ଅନ୍ତର୍ଦୃଷ୍ଟି ସଂପନ୍ନ ଭାବାବେଗରେ ଅବଲୋକନ କରି ଶବ୍ଦ ରୂପ ଦେଇଥାଏ । ଗୋପୀନାଥ ମହାନ୍ତି ଏହାକୁ କିପରି ସଫଳତାର ସହିତ ଆଲୋଚ୍ୟ ଉପନ୍ୟାସରେ ଚିତ୍ରିତ କରିଛନ୍ତି ତା’ର ସଂପର୍କରେ ଡଃ ପଣ୍ଡା ଆଲୋକପାତ କରିଥିଲେ । ଅଧ୍ୟାପକ ଡ ନଳିନୀ କୁମାର ପାଣିଗ୍ରାହୀ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରି ଲେଖକୀୟ ଦୃଷ୍ଟିଭଙ୍ଗୀ ବିଷୟରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ମାମିନା ଦାସଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ପ୍ରବନ୍ଧ ତୃତୀୟ ବର୍ଷ ଛାତ୍ରୀ ଶୁଭସ୍ମୃତି ପ୍ରଧାନ ପାଠ କରିଥିଲେ । ଅଧ୍ୟାପିକା ମାମିନା ଦାସ ପ୍ରାକ୍ ସୂଚନା ଦେଇଥିବା ବେଳେ ବିଭାଗ ମୁଖ୍ୟା ସୁପ୍ରିୟା ମହାନ୍ତି ଦାନାପାଣି ଉପନ୍ୟାସର ନାୟିକାଙ୍କ ଜୀବନ ଶୈଳୀରେ ସାମାଜିକ ବାସ୍ତବତାର ଚିତ୍ର ଜୀବନ୍ତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଡଃ ପଣ୍ଡାଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ ପୂର୍ବକ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅଧ୍ୟାପିକା ସବିତା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post