ଗୁଣୁପୁର,: ଗୁଣୁପୁର ସହରାଞ୍ଚଳ ଶୋଣ୍ଡିକ ସଂଘ ପକ୍ଷରୁ ସ୍ଥାନୀୟ ବିକ୍ରମପୁର ସ୍ଥିତ ବୃଦ୍ଧାଶ୍ରମ ପରିସରରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଆମ୍ବ , ପଣସ, ପିଜୁଳି ଓ ଅମୃତଭଣ୍ଡା ଇତ୍ୟାଦି ଗଛ ଲଗାଯାଇଥିଲା। ସଂଘର ସଭାପତି ନରେନ୍ଦ୍ର କୁମାର ସାହୁ, ଉପସଭାପତି ରାଜେନ୍ଦ୍ର ସାହୁକାର, ସହ ସଂପାଦକ ବିଶ୍ୱନାଥ ସାହୁ ଓ କୋଷାଧ୍ୟକ୍ଷ ଦିଲୀପ କୁମାର ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଚକ୍ରପାଣୀ ରତ୍ନାଲୁ ,ଗୌରାଙ୍ଗ ସାହୁ,କୃଷ୍ଣଚନ୍ଦ୍ର ଚୌଧୁରୀ,ମାଧବ ବିଶୋଇ, ଅନୀଲ ସାହୁକାର,କୃଷ୍ଣଚନ୍ଦ୍ର ସାହୁ ,ସୁବାଷ ସେନାପତି, ପ୍ରତାପ ବେହେରା,ଶିଶି ଭୂଷଣ ରତ୍ନାଲୁ,ଜନାର୍ଦ୍ଦନ ସେନାପତି ପ୍ରମୂଖ ଉପସ୍ଥିତ ଥିଲେ।ବୃଦ୍ଧାଶ୍ରମର ପରିଚାଳକ ସୁବିଦ୍ଧି ଗୌରୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।