ଜଗତସିଂହପୁର,ତା-୦୫.୧୦.୨୦୨୪/ସୁମନ୍ତ କୁମାର ଦାସ: କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନିଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ। ଆଜି ଦେଶର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ରର ୱାସିମ ସହର ଠାରେ ଆୟୋଜିତ ପିଏମ କିଷାନ ଉତ୍ସବ ସମାରୋହ ଠାରେ ଦେଶର ୯କୋଟି ୪୦ ଲକ୍ଷ ଚାଷୀଙ୍କୁ ପି ଏମ୍ କିଷାନ ଯୋଜନା ର ୧୮ ତମ କିସ୍ତି ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ରେ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ହୋଇଥିବା ବେଳେ ମାନ୍ୟବର ସାଂସଦ, ଜଗତସିଂହପୁର, ଶ୍ରୀ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କୁ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ। ସେମାନଙ୍କ ର ବିକାଶ ରେ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ। କୃଷକ ମାନଙ୍କ ନିମନ୍ତେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଦ୍ଵାରା ସେମାନଙ୍କ ଆୟ ବୃଦ୍ଧି ହେବା ସହ ଏକ ଉନ୍ନତ ରାଷ୍ଟ୍ର ତଥା ରାଜ୍ୟ ଗଠନରେ ସହାୟକ ହେବବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ,ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ,କୃଷକ ଭାଇ ମାନଙ୍କୁ ସଶକ୍ତ ରାଷ୍ଟ୍ର ଗଠନର ପୁରୋଧା ଭାବେ ସମ୍ବୋଧିତ କରିଥିଲେ। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦ୍ୱିଗୁଣିତ ହେବବୋଲି କହିଥିଲେ।ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ କୃଷକ ସମାଜ ର ଉନ୍ନତି ରେ ଦେଶ ର ଉନ୍ନତି ବୋଲି କହିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା ପ୍ର ସେ), ସଭାରେ ଅଧ୍ୟକ୍ଷତା କରି କୃଷକ କଲ୍ୟାଣ ଦ୍ଵାରା ଜିଲ୍ଲା ତଥା ରାଜ୍ୟ ଉନ୍ନତି ପଥରେ ଅଗ୍ରସର ହେବ ବୋଲି କହିଥିଲେ।ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ମଧ୍ଯ କୃଷକ ସଶକ୍ତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି କହିଥିଲେ। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ମାନେ ୱାସିମ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ। ଏଥିସହିତ ଉପସ୍ଥିତ ସମସ୍ତଙ୍କୁ ଅତିଥି ମାନେ ଜିଲ୍ଲାରେ ଚାଷ ବିଷୟରେ ଉତ୍ତମ ପଦ୍ଧତି ଏବଂ ପ୍ରଣାଳୀ ଅବଲମ୍ବନ ପାଇଁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୧,୧୨,୯୦୩ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହେବ ବୋଲି ସୂଚନା ପ୍ରାପ୍ତ ହୋଇଛି । ସମସ୍ତ ନିମନ୍ତ୍ରିତ ଅତିଥି ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା କୃଷକ ଭାଇ ଭଉଣୀ ମାନଙ୍କୁ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବି ଜେ ପି ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ର , କୃଷି ବିଭାଗ ର ଅଧିକାରୀ ଓ କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ବ୍ଳକ୍ ରୁ ଆସିଥିବା ଚାଷୀ ଭାଇଭଉଣୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.