ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

2

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କଲୋନି ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଇଓ ଶୁଭେନ କୁମାର ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଆରସିସି ଭଗବାନ ମାଝୀ,ଏବିଇଓ ସନ୍ତୋଷ କୁମାର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।ଅତିଥି ମାନେ ଅନ୍ତର୍ନିହିତ ଓ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ଶିଶୁ ପ୍ରତିଭା ଉତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା କହିଥିଲେ। ସିଆରସିସି ଗୁପ୍ତ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ। ଡାବୁଗାଁ ବ୍ଲକ ର ୮ ଟି କ୍ଳଷ୍ଟର ବିଭିନ୍ନ ବିଦ୍ୟାଳୟ ର କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ସାଧାରଣ ଜ୍ଞାନ,କୁଇଜ୍,ବକ୍ତୃତା,ଚିତ୍ରାଙ୍କନ,ସୃଜନଶୀଳ ଲିଖନ,ପ୍ରବନ୍ଧ,ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଓ ଦଳଗତ ନୃତ୍ୟ ଆଦି ୧୩ ଟି ବିଭାଗ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଦଳଗତ ନୃତ୍ୟରେ ବଡ ଓଲମା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ବଦଳି ଗୁଡା ସ୍କୁଲ ଦ୍ଵିତୀୟ ଓ ବୋରୀଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲା। ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। କାର୍ଯ୍ୟକ୍ରମ କୁ ସିଆରସିସି ହେମନ୍ତ ପଣ୍ଡା,ପ୍ରସନ୍ନ କୁମାର ଦଣ୍ଡସେନା, ହେମେନ୍ଦ୍ର ନାଥ ବେହେରା,ଧନଞ୍ଜୟ ବଡ଼ଜେନା,ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।

Leave A Reply

Your email address will not be published.