ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 03/10 କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର 11 ତାରିଖରେ ଭବାନୀ ପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଜେନା ଖାଲ ରେ ମା ଙ୍କ ଛତର ର ବିଧି ଅନୁସାରେ ପୂଜ୍ଯ ପୂଜା ସାରି ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେବା ନିମନ୍ତେ ଭକ୍ତଙ୍କ ଭିଡରେ ମା ଙ୍କ ଛତର ମନ୍ଦିର ପ୍ରବେଶ କରିବ। ଛତର ଉତ୍ସବ କୁ ମହାସମାରୋହରେ ଶାନ୍ତି, ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଛତର ଯାତ୍ରା ପରିକ୍ରମା ପଥ ବୁଲି ଦେଖିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ପ୍ରବେସନରୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କସ୍ତୁରୀ ପଣ୍ଡା,ଉପ ଜିଲ୍ଲାପାଳ ଭବାନୀପାଟଣା,ପ୍ରଭାତ ପରିଡ଼ା,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏ ବି, ଗୁରୁ, ଉପ ଆରକ୍ଷୀ ଅଧିକ୍ଷକ, ସଦର ସୁନାରାମ ହେମ୍ବ୍ରମ,ତହସିଲଦାର ସୁଭ ସ୍ମିତା ମିଶ୍ର, ଏସ୍ ଇ,ପି ଡବ୍ଲ୍ୟୁ ଡି, ପ୍ରକାଶ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା, ସତ୍ୟସମ୍ପର୍ଣ୍ଣ l ରାଉତ, ସହକାରୀ ଜିଲ୍ଲାପାଳ ମମତା ଦାସ,ଆଇ ଆଇ ସି, ସଦର ନରେଶ ପ୍ରଧାନ,ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ,ଉତ୍ସବ ସାହୁ, ସୁବ୍ରତ ବହିଦାର ପ୍ରମୁଖ ଯୋଗଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.