ନବରଙ୍ଗପୁର, ୦୨ /୧୦/ ୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା କୋର୍ଟ ନବରଙ୍ଗପୁର ତରଫରୁ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ସ୍ଵଚ୍ଛ ହି ସେବା” ବିଷୟବସ୍ତୁ କୁ ନେଇ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗିୟ ଅଧିକାରୀ, ଆଇନଜୀବି, ଜିଲ୍ଲା କୋର୍ଟ କର୍ମଚାରୀ ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜର୍ଜ, ନବରଙ୍ଗପୁର ସୁବ୍ରତ ମହାନ୍ତି ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ଲ୍ୟ ଅର୍ପଣ କରି ବୃକ୍ଷ ରୋପଣ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ବାସୁଦେବ ଆଚାର୍ୟ, ପରିବାରବିଚାର ବିଭାଗୀୟ ଅଧିକାରୀ ଲିଲିପ୍ତା ପସାୟତ, ମୁଖ୍ୟ ବିଚାରବିଭାଗ ଦଣ୍ଡାଧିକାରୀ ସୀମା ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ସାଇ ଅଭିସ୍ପା ଗୋଛାୟତ, ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ଜେଏମଏଫସି ରାଜେଶ କୁମାର ମିଶ୍ର, ସିଭିଲ ଜଜ ଅନ ପ୍ରୋବେସନ ଅଙ୍କିତା ପାଣିଗ୍ରାହୀ, ବନାଞ୍ଚଳ ଅଧିକାରୀ ଗୋପୀନାଥ ସାହୁ, ଜିଲ୍ଲା ଆଇନଜୀବି ସଂଘ ର ସମ୍ପାଦକ ତପନ ସିଂହ ଓ ବହୁ ଆଇନଜୀବି ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା କୋର୍ଟ ନବରଙ୍ଗପୁର ଓ ବନ ବିଭାଗ, ନବରଙ୍ଗପୁର ଦ୍ଵାରା ମିଳିତ ଭାବେ ପରିଚାଳନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.