ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ନବମ ଏବଂ ଦଶମ ଶ୍ରେଣୀ ର ୬୩ ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ )ପରିଦର୍ଶନ କରିଛନ୍ତି।ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ୧୩ ଜଣ ବାଳକ,୧୫ ଜଣ ବାଳିକା ଏବଂ ଦଶମ ଶ୍ରେଣୀ ର ୧୮ ଜଣ ବାଳକ,୧୭ ଜଣ ବାଳିକା ମୋଟ ୬୩ ଜଣ ଛାତ୍ର ଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର ଶିକ୍ଷକ ଅଙ୍କେଶ କୁମାର ସାହୁ , ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁ ଙ୍କ ସହିତ ନୟାଗଡ ରେ ଥିବା ହୋଟେଲ ଗୋପୀନାଥ କୁ ପରିଦର୍ଶନ ରେ ଯାଇଥିଲେ। ସେଠାରେ ଛାତ୍ର ଛାତ୍ରୀ ରେଷ୍ଟୁରାଣ୍ଟ ରେ କିପରି ଖାଦ୍ୟ ଅର୍ଡର ନିଆଯାଏ ,କିପରି ସେବା ଯୋଗାଇ ଦିଆଯାଏ, କେଉଁ ଖାଦ୍ୟ କେତେବେଳେ ଯୋଗାଇ ଦିଆଯାଇଥାଏ ଜାଣିବା ସହ ବିଭିନ୍ନ ପ୍ରକାର କୋଠରୀ ,ଏବଂ ସାମାଜିକ ,ବ୍ୟବସାୟିକ କାର୍ଯ୍ୟକ୍ରମ ହେଉଥିବା ହଲ୍ ବୁଲି ଦେଖିଥିଲେ।ଯାହାକି ପାଠ୍ୟ ପୁସ୍ତକ ସହ ଜଡ଼ିତ।ଏହାପରେ ଛାତ୍ର ଛାତ୍ରୀ ପାଖରେ ଥିବା ଗାର୍ଡେନ ରେଷ୍ଟୁରାଣ୍ଟ ବୁଲି ଦେଖିଥିଲେ। ଏସ ଏସ ଜି ଗ୍ରୁପ୍ ମାଧ୍ୟମରେ ରହିଥିବା ଉତ୍ତମ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଉଦ୍ୟୋଗ ପରିଦର୍ଶନ ଦ୍ଵାରା ଛାତ୍ର ଛାତ୍ରୀ ମାନେ ବାସ୍ତବ ଜ୍ଞାନ ଆହରଣ କରିଥାନ୍ତି ତେଣୁ ଏଭଳି ପରିଦର୍ଶନ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post