ରାୟଗଡ଼: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ, ୨୦୨୪ ରାୟଗଡ଼ ବ୍ଲକ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ପୂର୍ବାହ୍ନ ୮ ଘଟିକା ସମୟରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଯୋଗାଭ୍ୟାସ କରାଯିବା ସହ ସେମାନଙ୍କୁ ଡା. ସୁନୀଲ ମହାପାତ୍ରଙ୍କ ଦ୍ଵାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ୧୦ ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ଡି. କେ ମହାନ୍ତି, ଏବଂ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ. ଗଣେଶ୍ଵର ଭାରିମଲ, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ. ସିମାଞ୍ଚଳ ମହାପାତ୍ର, ଅବସରପ୍ରାପ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ. ସି. ବି. ଏନ. ମୂର୍ତ୍ତି, ଡା. ଲକ୍ଷ୍ମୀ ନାରାୟଣ ସାହୁ, ଶ୍ରୀ. ଅମୂଲ୍ୟ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼, ଶ୍ରୀ. କାଳୁ ଚରଣ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼, ଜିଲ୍ଲା ପରିଷଦ ସଭ୍ୟା ଜୋନ – ଗ ଶ୍ରୀମତୀ. ସନ୍ଧ୍ୟା ପୁଲାକା, ଜିଲ୍ଲା ପରିଷଦ ସଭ୍ୟା ଜୋନ – ଖ, ଶ୍ରୀମତୀ. ପଦ୍ମାବତୀ ମାଣ୍ଡାଙ୍ଗି, ସମ୍ମାନନୀୟା ଅଧ୍ୟକ୍ଷ।, ପଞ୍ଚାୟତ ସମିତି, ରାୟଗଡ଼, ସୁଶ୍ରୀ ଟୁନି ହୁଇକା, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ସଭାରେ ଉପସ୍ଥିତ ଥିଲେ । ଶ୍ରୀ. କାଳୁ ଚରଣ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ ମଞ୍ଚ ପରିଚାଳନାର ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇ ଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକର ୪୫ ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ନୂତନ ଭାବେ ଅନୁମୋଦନ ହୋଇଥିବା ସାମାଜିକ ସୁରକ୍ଷା ଭତ୍ତା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ବଣ୍ଟନ କରାଗଲା । ଏହାପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ବରିଷ୍ଠ ନାଗରିକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରଯାଇଥିଲା । ଶ୍ରୀମତୀ. ରଞ୍ଜିତା ବେହେରା, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ କନିଷ୍ଠ ସହାୟକ ଶ୍ରୀ. ସମୀର ପଦକା ଓ ପି.ଏ ଶ୍ରୀ. ଶ୍ରୀକାନ୍ତ ପେଦିନା ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.