ରାୟଗଡ : ଜିଲ୍ଲାପାଳ, ରାୟଗଡ଼ଙ୍କ କାର୍ଯ୍ୟାଳୟଠାରେ ସନ୍ଧ୍ୟା ୬.୦୦ ଘଟିକା ସମୟରେ ଜିଲ୍ଲାପାଳ ରାୟଗଡ଼ଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ. ସିମାଞ୍ଚଳ ମହାପାତ୍ରଙ୍କ ଅବସକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଶ୍ରୀ. ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ
ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ. ସିମାଞ୍ଚଳ ମହାପାତ୍ର ଏବଂ ସମ୍ମାନୀତ ଅତିଥି , ଯୁଗ୍ମ ନିର୍ଦ୍ଦେଶକ (IT & DIO) ଶ୍ରୀ. ଏନ. ଗୁଣଶେଖର, ଶ୍ରୀମତୀ ପ୍ରତିମା ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ. ଏଲ. ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀମତୀ. ରଞ୍ଜିତା ବେହେରା, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ସଭାରେ ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଜିଲ୍ଲାପାଳ, ରାୟଗଡ଼ଙ୍କ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ. ସିମାଞ୍ଚଳ ମହାପାତ୍ରଙ୍କ ଅବସରପ୍ରାପ୍ତି ପରେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦାୟିତ୍ଵ ଶ୍ରୀ. ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ଙ୍କୁ ପ୍ରଦାନ କରାଯାଇଛି । ସଭା ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post