https://youtu.be/8xXTIioBCyU
ସାଲେପୁର JMFC କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ l
(ମାହାଙ୍ଗା -ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ, ପୂର୍ବତନ ମାହାଙ୍ଗା ବିଧାୟକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରଗତିର ସାରଥୀ ପ୍ରତାପ ଜେନାଙ୍କୁ ହାଇକୋର୍ଟ ପକ୍ଷରୁ କ୍ଲିନଚିଟ୍ ପରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଶିବିରରେ ଆନନ୍ଦ ଦେଖାଦେଇଛି l କିଏ କିଏ କହୁଛନ୍ତି ସତ୍ୟର ଜୟ ହେଇଛି ତ ଆଉ କିଏ କହୁଛନ୍ତି ବିଧାୟକ ଙ୍କୁ ଫସେଇବାକୁ ବିରୋଧି ଙ୍କ ଚକ୍ରାନ୍ତ ଫସର ଫାଟିଯାଇଛି l ଅପରପକ୍ଷରେ ପୂର୍ବତନ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତଥା ମାହାଙ୍ଗା ବାସୀଙ୍କ ଆଶୀର୍ବାଦ ସଦାସର୍ବଦା ମୋ ଉପରେ ରହିଛି ବିରୋଧି ଯେତେ ଚକ୍ରାନ୍ତ କଲେ ମଧ୍ୟ ତାହା କେବେବି ସଫଳ ହେବନାହିଁ l ସୂଚନାଥାଉକି ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲାରେ ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ଦିଆଯାଇଛି । ପ୍ରତାପଙ୍କ ନାମରେ ସାଲେପୁର JMFC ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ତଳକୋର୍ଟ ରାୟ ବିରୁଦ୍ଧରେ ପ୍ରତାପ ଜେନା ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ୧୩ନଂ ମୁଦାଲା ଥିଲେ ପ୍ରତାପ ଜେନା । ଚାର୍ଜସିଟରେ ପ୍ରତାପଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ସାଲେପୁର କୋର୍ଟଙ୍କ ପୁନଃ ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ପ୍ରତାପଙ୍କ ନାଁ ଜୋଡ଼ିଥିଲା । ତଳକୋର୍ଟରେ ପ୍ରତାପଙ୍କ ନାଁ ଯୋଡ଼ା ଯିବା ପରେ ପ୍ରତାପ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ତାଙ୍କ ବିରୁଧରେ ସେଭଳି କୌଣସି ପ୍ରମାଣ ନଥିବାରୁ ଆଜି ତାଙ୍କୁ ହାଇକୋର୍ଟ ପକ୍ଷରୁ କ୍ଲିନଚିଟ୍ ମିଳିଛି । ଏହି ଖୁସିରେ ସାରା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରତାପ ପ୍ରେମୀ ଓ ବିଜେଡ଼ିର ବରିଷ୍ଠ, ମହିଳା,ଯୁବକ, ଯୁବତୀ, ଛାତ୍ର,ଛାତ୍ରୀ ଓ ବିଜେଡ଼ି ସମର୍ଥିତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି l