ନୂଆଗାଁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କିପରି ଏଫ୍ ଏଲ ଏନ୍ ଦକ୍ଷତା ହାସଲ କରି ଆଗକୁ ଅଗ୍ରସର ହେବେ ସେଥିନେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ କିପରି ଚାଲିଛି ଯାହାକୁ ନେଇ ରାଜ ସୁନାଖଳା ଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ଦୀପକ ବେହେରା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ କାଚପଲ୍ଲୀ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ କୋରଡ଼ା ପରିଦର୍ଶନ କରି ବିଦ୍ୟାଳୟରେ ଚାଲିଥିବା ଏଫ ଏଲ ଏନ୍ ର ସମୀକ୍ଷା କରିବା ସହ ଛାତ୍ର ଛାତ୍ରୀ ମାନେ ଏଫ ଏଲ ଏନ୍ ଦକ୍ଷତା କେତେ ହାସଲ କରିଛନ୍ତି ତାହାର ମାନ ନିର୍ଦ୍ଧାରଣ କରିଥିଲେ ଶିକ୍ଷକ ପ୍ରଶିକ୍ଷକ ଦୀପକ ବେହେରା। ତତ୍ ସହିତ ଏହି ଦୁଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଏଫ୍ଏଲ ଏନ୍ ର ଦକ୍ଷତା ବୃଦ୍ଧି ହେଉଥିବା ନେଇ ଅତ୍ୟନ୍ତ ଖୁସି ହେବା ସହ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ନେଇ ଏହିଭଳି ପ୍ରଚେଷ୍ଟା ଜାରି ରଖିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ପ୍ରଶିକ୍ଷକ ଦୀପକ ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ସି ଆର୍ ସି ସି ଶ୍ରୀନିବାସ ରଥ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.