ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହର ଖାଲାସିସାହି ପାତ୍ର କଲୋନୀ ମଧ୍ୟରେ ଥିବା ଭବ୍ୟ ଗାୟତ୍ରୀ ଶକ୍ତି ପୀଠ ଠାରେ ଆଜି ୨୯ ସେପ୍ଟେମ୍ବର ରବିବାର ୨୦୨୪ ଦିନ ସକାଳ ୭ ଘଣ୍ଟିକା ସମୟରେ ବିଧାୟକ ଙ୍କ ସହିତ ଜନସାଧାରଣ ଓ ଗାୟତ୍ରୀ ପରିବାର ସଦସ୍ୟଙ୍କ ଯୋଗଦାନ ହୋଇଥିଲା। ପରେ ପରେ ସନାତନ ହିନ୍ଦୁ ନିତି ରିତି ଓ ଶାସ୍ତ୍ରୀୟ ମନ୍ତ୍ର ଉଚ୍ଚାରଣ ରେ ଗାୟତ୍ରୀ ହୋମ ଯଜ୍ଞ ଓ ମନ୍ତ୍ର ପାଠ ଆରମ୍ଭ ହୋଇଥିଲା। ଏହା ସହିତ ମନ୍ଦିର ପରିସରରେ ଏକ ଅତିଥି ଭବନ (ବୈଷ୍ଣବ ଭବନ)ର ଶିଳାନ୍ୟାସ ଉଦ୍ଧେଶ୍ୟରେ ଭଂଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ସପତ୍ନିକ ଯୋଗ ଦେଇ ଏକ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ରେ ଯୋଗଦାନ କରିଥିଲେ । ଏଥିରେ ଗାୟତ୍ରୀ ପରିବାରର ଶତାଧିକ ଭକ୍ତ ଯୋଗଦେଇ ଥିଲେ। ଗାୟତ୍ରୀ ଶକ୍ତି ପୀଠ ଠାରେ ମାନନୀୟ ବିଧାୟକ ଚାରା ରୋପଣ କରିଥିବା ସହିତ ଗାୟତ୍ରୀ ପରିବାର ସଦସ୍ୟ ଙ୍କ ଦ୍ଵାରା ଗାୟତ୍ରୀ ମନ୍ତ୍ର ଲିଖନ ପୁସ୍ତକ ଛୋଟ ଶିଶୁ ସହିତ ବାଳିକା ଓ ମହିଳା ମାନଙ୍କୁ ଦିଆଯାଇଥିଲା। ଭଂଜନଗର ଗାୟତ୍ରୀ ଶକ୍ତି ପୀଠ ରେ ଗାୟତ୍ରୀ ପରିବାର ତରଫରୁ ଶ୍ରୀ ଦଣ୍ଡପାଣି ଗୈ।ଡ, ରବିନ୍ଦ୍ର ମହାକୁଡ଼, ସୁରେନ୍ଦ୍ର ଗୌଡ଼, ପ୍ରମୋଦ କୁମାର ପାଢ଼ୀ, ସୂର୍ଯ୍ୟ ରାଉତ, ପିତାମ୍ବର ପ୍ରଧାନ, ଦିଲ୍ଲୀପ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ,ପଞ୍ଚୁନାଥ ସେଠୀ, ଲକ୍ଷ୍ମୀ ନାରାୟଣ ପଣ୍ଡା,ଶ୍ରୀମତୀ ପୂର୍ଣ୍ଣ ବାସୀ ଗୌଡ଼, ପିଣ୍ଟୁ, ଜାଜ୍ଞସେନି ସେଠୀ, ଶ୍ରୀମତୀ ଲକ୍ଷ୍ମୀ ରାଉତ, ଶ୍ରୀମତୀ କଲ୍ୟାଣୀ ପ୍ରମୁଖ ପରିଜନ ଯୋଗ ଦେଇଥିଲେ । ଏଥି ସହିତ ମାନସ ଜେନା, ଶିବ ପ୍ରସାଦ ମହାପାତ୍ର, ରବିନ୍ଦ୍ର ଗୈ।ଡ଼, ନିଳମାଧବ ପାତ୍ର, କେଦାର ପାତ୍ର ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଯୋଗଦାନ ଥିଲା। କେବଳ ଭଞ୍ଜନଗର କାହିଁକି ସାରା ବିଶ୍ବରେ ଯେତେ ଗାୟତ୍ରୀ ଶକ୍ତି ପୀଠ ବିଦ୍ୟମାନ ସେହି ପ୍ରତ୍ୟେକ ଶକ୍ତି ପିଠ ମାଧ୍ୟମରେ ନାରୀ ଜାଗରଣ, ବୃକ୍ଷ ରୋପଣ, ନିଶା ନିବାରଣ କୁ-ରୀତି ଓ ଅଶ୍ଳୀଳତା ନିବାରଣ ଯୋଗ ଆସନ ପ୍ରାଣାୟମ ମାଧ୍ୟମରେ ଶରୀର ରକ୍ଷା ତଥା ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରାଯାଏ ଓ ସାରା ବିଶ୍ବରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ର ମହତ୍ୱ ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଏ ।
Sign in
Sign in
Recover your password.
A password will be e-mailed to you.