ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମରେ ଅଚଳହୋଇ ପଡ଼ିଥିବା ଉଠାଜଳସେଚନ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାପରେ ଦଣ୍ଡୋର ଗ୍ରାମ ଚାଷୀଭାଇ ମାନଙ୍କ ତରଫରୁ ପାଣି ଷଣ୍ଢ ୟୁଥକ୍ଳବର ସଭାପତି ପ୍ରସନ୍ନ କୁମର ରାଉତଙ୍କ ସହିତ ଶାନ୍ତନୁ କୁମାର ବିଶୋଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଥାଉକି ଚଳିତବର୍ଷ ସ୍ବଳ୍ପ ବୃଷ୍ଟି କାରଣରୁ କୁରାଳ ପଞ୍ଚାୟତ ସହିତ ୯ ଗୋଟି ପଞ୍ଚାୟତରରେ ଧାନଚାଷ ନିମନ୍ତେ ଜଳାଭାବ ଦେଖାଦେଇଥିଲା । ଏନେଇ ଦଣ୍ଡୋର ଗ୍ରାମବାସୀ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଉକ୍ତ ସମସ୍ୟାକୁ ନୟାଗଡ଼ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦଣ୍ଡୋର ଏବଂ ଏହାର ଆଖପାଖରେ ଥିବା ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ସଚଳ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଏବଂ ଏହାର ନକଲ ଅତିରିକ୍ତ ମୁଖ୍ୟ ଶାସନସଚିବ ଜଳସମ୍ପଦ ବିଭାଗ ଓଡ଼ିଶା ଭୁବନେଶ୍ଵର, ପରିଚାଳନା ନିର୍ଦ୍ଦେଶକ ଓଡିଶା ଉଠା ଜଳସେଚନ ନିଗମ ଭୁବନେଶ୍ବର, ଜିଲ୍ଲାପାଳ ନୟାଗଡ଼, ନିର୍ବାହୀ ଯନ୍ତ୍ରୀ ଉଠାଜଳସେଚନ ଡିଭିଜନ ନୟାଗଡ଼ ଏବଂ ମଣ୍ଡଳ ପରିଚାଳକ ନୟାଗଡ଼ ଜିଲ୍ଲା ବିଦ୍ୟୁତ ବିଭାଗଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ତେବେ ଦଣ୍ଡୋର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଆଖପାଖରେ ଥିବା ଅନ୍ୟ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ କେବେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ।
Sign in
Sign in
Recover your password.
A password will be e-mailed to you.
Next Post